ଭୁବନେଶ୍ୱର : ୭ମ ବେତନ କମିସନ ପ୍ରଦାନରେ ଅର୍ଥ ବିଭାଗର ବୈମାତୃକ ମନୋଭାବକୁ ନେଇ ଅଧ୍ୟାପକଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ୭ମ ବେତନ କମିସନ ଅନୁଯାୟୀ ୨୦୧୬ ଜାନୁଆରି ୧ରୁ ବକେୟା ଦରମା ସହ ବର୍ଦ୍ଧିତ ଦରମା ଦେବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ହେଲେ ବେସରକାରୀ କଲେଜରେ କାର୍ଯ୍ୟରତ ୧୫ ହଜାର ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଭିନ୍ନ ମାନଦଣ୍ଡ ଗ୍ରହଣ କରାଯାଇ ୨୦୧୬ ଜାନୁଆରି ୧ ପରିବର୍ତେ ୨୦୧୭ ଅକ୍ଟୋବର ମାସରୁ ଲାଗୁ କରିବାକୁ ନିର୍ଦେଶନାମା ପ୍ରକାଶ କରାଯାଇଥିବାରୁ ଅଲ୍ ଓଡ଼ିଶା ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ(ଏଓଏନ୍ଜିସିଟିଇଏ) ଅସନ୍ତୋଷ ପ୍ରକାଶ କରିଛି। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଅଧ୍ୟାପକମାନେ ପୁଣିଥରେ ଆନ୍ଦୋଳନ ଲାଗି ସଜବାଜ ହେଉଛନ୍ତି। ଆସନ୍ତା ଫେବ୍ରୁଆରି ୪ରେ ଭୁବନେଶ୍ୱରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ପରିସରରେ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଏଥିରେ ସମସ୍ତ କାର୍ଯ୍ୟକରିଣୀ ସଦସ୍ୟ ଯୋଗଦେବାକୁ ସଂଘର ସଭାପତି ଶରତ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଚିତ୍ତ ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଅନୁରୋଧ କରିଛନ୍ତି।
ଏଓଏନ୍ଜିସିଟିଇଏର କାର୍ଯ୍ୟକାରିଣୀ ବୈଠକ ୪ରେ
/sambad/media/post_attachments/wp-content/uploads/2018/02/met-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)