ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ବନ ମହୋତ୍ସବକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକାନଯିବା ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମ ଭଳି ସରକାର ବ୍ୟବହାର କରୁଛନ୍ତି। ସ୍ଥାନୀୟ ଜନପ୍ରତିନିଧିଙ୍କୁ ରାଜନୈତିକ ଆକ୍ରୋଶ ରଖି ନିମନ୍ତ୍ରଣ କରାଯାଉନାହିଁ ବୋଲି ବିଜେପି କର୍ପୋରେଟର ଅଭିଯୋଗ କରିଛନ୍ତି। ସେପଟେ ରାଜ୍ୟସ୍ତରୀୟ ବନ ମହୋତ୍ସବ ଅବସରେର ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ବିଧାୟକ। ଭୁବନେଶ୍ୱରର ତିନି ଜଣ ବିଧାୟକ ନିଜ ସମର୍ଥକଙ୍କ ବାଜ ବଜାଇ ରାଲି କରିବା ସହ ବନ ମହୋତ୍ସବକୁ ଆସିଥିଲେ ।

Advertisment

ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ଆହୁରି କହିଛନ୍ତି, ରାଜ୍ୟ ସରକାର କେଉଁଠି ନା କେଉଁଠି ଅସୁରକ୍ଷିତ ଅନୁଭବ କରୁଛନ୍ତି। ମନରେ ଭୟ ରହୁଛି ବା ସରକାରଙ୍କ ଅହଙ୍କାର ବି ହୋଇପାରେ। ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ଏହା ପରିଚୟ।  ଏହି ଘଟଣା ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ।

ଏଣେ ଏହି ପ୍ରସଙ୍ଗରେ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କର୍ପୋରେଟରଙ୍କୁ ବିଭାଗ କାର୍ଡ ଦେବାକୁ ଯାଇଥିଲା କିନ୍ତୁ ନାଁ ନଥିବା ଦେଖି କାର୍ଡ ଫୋପାଡ଼ି ଦେଇଥିଲେ। ଏଥର ବିଧାୟକ ମନ୍ତ୍ରୀ ରହିବେ, ଅନ୍ୟ ଯେଉଁ କର୍ପୋରେଟର ଆସିଥିଲେ, ସେମାନେ କାର୍ଯ୍ୟକ୍ରମରେ ବସିଥିଲେ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଇଥିଲା।

ସେ ଆହୁରି କହିଛନ୍ତି, ଯେତେବେଳେ ଲିଙ୍ଗରାଜ ମହାପ୍ରଭୁ ସ୍ୱତନ୍ତ୍ର ପରିଚାଳନା ଆଇନ ଲାଗି ତତ୍କାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ନିକଟକୁ ଯିବା ଲାଗି ଭର୍ତ୍ତୃହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ଆଚାର୍ଯ୍ୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସେଣ୍ଟ୍ରାଲ ହଲକୁ  ଯିବାକୁ କହିଲେ, ସେତେବେଳେ ସେ କହିଥିଲେ ମୁଁ ଯିବି ନାହିଁ, ସେ ପୁରୀର ନା ଭୁବନେଶ୍ୱରର। ଏନଏମଏ ଆକ୍ଟକୁ ଆଣି ଲିଙ୍ଗରାଜ ମନ୍ଦିର ଆଇନ ଯୋଡୁଛନ୍ତି। ଦୁଇଟି ଜିନିଷ ଭିନ୍ନ। ଠିକ୍ ସେହିପରି ପୋଖରୀପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଲାଗି ମୁଖ୍ୟମନ୍ତ୍ରୀ କୋଟିଏ ପଚିଶ ଲକ୍ଷ ଟଙ୍କା ଦେଲେ, ଜାଗା ଦେଲେ। ଯେତେବେଳେ ଅଶୋକ ପଣ୍ଡାଙ୍କୁ କେହି ଡାକିଲେ ନାହିଁ କି ସ୍ଥାନୀୟ କର୍ପୋରେଟରଙ୍କୁ ବି କେହି ଡାକିଲେ ନାହିଁ। କଳିଙ୍ଗ ନଗର କେନ୍ଦ୍ରୀୟ ବିଦ୍ୟାଳୟ ସମୟରେ ମଧ୍ୟ ମୋତେ ଡାକିଲେ ନାହିଁ କି କାର୍ଡ ଦେଲେ ନାହିଁ।