ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ କଟକ-ଭୁବନେଶ୍ବର-ପୁରୀ-ଖୋର୍ଦ୍ଧା ମାଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ଘୋଷଣା କରିବା ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମାଜିକ ଗଣମାଧ୍ୟମରେ ଭୁବନେଶ୍ବରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅପରାଜିତା ଗତ ସେପ୍ଟେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମେଟ୍ରୋ ରେଳ ଚଳାଚଳ ନେଇ ପଦକ୍ଷେପ ନେବାକୁ ଲେଖିଥିବା ଚିଠିକୁ ପୋଷ୍ଟ କରିଛନ୍ତି।
ଏହାସହ ଲେଖିଛନ୍ତି ଯେ, ଭୁବନେଶ୍ବରରେ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ କରିବାକୁ ୨୬/୯/୨୦୨୨ରେ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିଥିଲି। ଏହାସହ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ବି ଲେଖିଥିଲି। ଏହା ଉପରେ ନଜର ରଖିଥିଲି। ଏବେ ଅନୁମୋଦନ ହୋଇଗଲା। ଭୁବନେଶ୍ବରବାସୀଙ୍କୁ ଶୁଭେଚ୍ଛା। କୃତଜ୍ଞ।