ଭୁବନେଶ୍ୱର: ଚାଷୀଙ୍କ ଜମିକୁ ପାଣି ଆସୁନଥିବାବେଳେ କେନାଲ ଅବରୋଧ କରି ମାଡ଼ିବସିଛନ୍ତି ଶିଳ୍ପପତି ପ୍ରଭାକରନଙ୍କ ପତ୍ନୀ କିରୁଥିକା ପ୍ରଭାକରନ | କିଛି ଏଭଳି ଅଭିଯୋଗ ଆଣି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ସ୍ଥାନୀୟ ଲୋକଙ୍କ ସହ ମିଶି ଜବରଦଖଲ ହୋଇ ରହିଥିବା ଏକ କେନାଲକୁ ଖୋଳିଛନ୍ତି | ମିଳିଥିବା ସୂଚନା ମୁତାବକ ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲ ଅବରୋଧ ଅଭିଯୋଗ ରହିଛି । ଆଉ କେନାଲ ଅବରୋଧ ଯୋଗୁଁ ଚାଷ ହେଉନଥିବା ଗିରିଙ୍ଗାପୁଟ ଗାଁ ଲୋକ ଅଭିଯୋଗ ଆଣିଥିଲେ ।
୨ ବର୍ଷ ହେଲା ଅବରୋଧ କରାଯାଇଥିବା ଅଭିଯୋଗ ପରେ ବି କେହି ସେମାନଙ୍କ କଥା ନ ଶୁଣିବାରୁ ଆଜି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଭୁବନେଶ୍ୱର ସାଂସଦ । ଏହାପରେ ଚାଷୀଙ୍କ ସହ ଅନ୍ୟାୟ ହୋଇଥିବାର କହି ସ୍ଥାନୀୟ ଲୋକଙ୍କ ସହ ମିଶି କେନାଲ ଖୋଳିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ | ଅପରାଜିତା ଅଭିଯୋଗ କରିଛନ୍ତି ଯେ କିରୁଥିକା ପ୍ରଭାକରନ ଜମି ହଡ଼ପ କରିବା ସହ କେନାଲ ପାଣି ଅଟକାଇଛନ୍ତି, ଯାହାଦ୍ୱାରା ସ୍ଥାନୀୟ ଲୋକଙ୍କ ଜମିକୁ ପାଣି ଆସିପାରୁନାହିଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/4857f5fd-5ba8-450c-b876-a70feb61bc9a.jpg)