ଭୁବନେଶ୍ବରରେ ରିଂ ରୋଡ ନିର୍ମାଣକୁ ଗଡକରିଙ୍କ ଅନୁମୋଦନ, ଟୁଇଟ୍ କରି ଜଣାଇଲେ ଅପରାଜିତା

ନିର୍ମାଣ ହେବ କସମୋପୋଲିସ ଛକରେ ଫ୍ଲାଏ ଓଭର, ସତସଙ୍ଗ ବିହାର ଓ କ୍ରାଉନ ହୋଟେଲ ନିକଟରେ ଫୁଟ ଓଭରବ୍ରିଜ

ନୂଆଦିଲ୍ଲୀ :  ଭୁବନେଶ୍ବରର କସମୋପୋଲିସ ଛକଠାରେ ଏକ ଫ୍ଲାଏଓଭର, କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ନିକଟରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ ତଥା କ୍ୟାପିଟାଲ ରିଜନ ରିଙ୍ଗ୍ ରୋଡ ନିର୍ମାଣକୁ ଅନୁମୋଦନ କରିଛନ୍ତି  କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ।

ଏସବୁ ପ୍ରକଳ୍ପ ନିର୍ମାଣ ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବି କରିଥିଲେ । ଏସବୁ ପ୍ରକଳ୍ପକୁ ମନ୍ତ୍ରୀ ଅନୁମୋଦନ କରିଥିବା ଅପରାଜିତା ଟୁଇଟ କରି ସୂଚନା ଦେଇଛନ୍ତି ।

 

ସୂଚନାଯୋଗ୍ୟ ଯେ, ରାଜଧାନୀରେ ଟ୍ରାଫିକ ବଢିବା ସହ ବିଭିନ୍ନ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି । ସାଧାରଣ ଲୋକମାନେ ବିଶେଷକରି ମହିଳା, ବରିଷ୍ଠ ନାଗରିକ ଓ ଶିଶୁମାନେ ରାସ୍ତା ପାର ହେବାବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର କେତେକ ଅତି ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଫୁଟ ଓଭରବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇଆସୁଛି । ସେହିପରି ରାଜଧାନୀ ମଧ୍ୟରେ ପ୍ରତିଦିନ ଅନେକ ଭାରିଯାନ ପ୍ରବେଶ କରୁଥିବାରୁ ତାହା ଲୋକମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଏକ ରିଙ୍ଗରୋଡ୍ ନିର୍ମାଣର ଆବଶ୍ୟକତା ରହିଛି ।

ସମ୍ବନ୍ଧିତ ଖବର