ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ବର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆଜି ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ । ଓଡ଼ିଶା ଇପିଏଫ ପେନସନଧାରୀଙ୍କ ସମସ୍ୟା, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମହାସଂଘ ଓ ପୂର୍ବତନ ସାମରିକ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ସେ ଅର୍ଥମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

 

ଏକ ଟ୍ବିଟ କରି ସେ ଜଣାଇଛନ୍ତି ଯେ ଓଡ଼ିଶା ଇପିଏଫ ପେନସନଭୋଗୀ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମହାସଂଘ ଓ ପୂର୍ବତନ ସାମରିକ କର୍ମଚାରୀ ଯେଉଁମାନେ ଜାନୁଆରି ୧, ୨୦୦୬ ପୂର୍ବରୁ ଅବସର ଗ୍ରହଣ କରି ଷ୍ଟେଟ ବ୍ୟାଙ୍କ କିମ୍ବା ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ପୁନଃ ନିଯୁକ୍ତି ପାଇଛନ୍ତି, ସେମାନଙ୍କ ସମସ୍ୟା ସମ୍ପର୍କରେ ସେ ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଅବଗତ କରାଇଛନ୍ତି । ଏ କ୍ଷେତ୍ରରେ ସବୁପ୍ରକାରର ସହାୟତା କରିବାକୁ ଅର୍ଥମନ୍ତ୍ରୀ ଆଶ୍ବାସନା ଦେଇଥିବା ସାଂସଦ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର