ଅପରାଜିତା ମହାନ୍ତି ପାଇବେ ସ୍ୱାଦିଷ୍ଟ ବାଇସ୍କୋପ୍‌ ଆଓ୍ଵାର୍ଡ

ଡିସେମ୍ବର ୧୦ରେ ସମ୍ମାନ ପ୍ରଦାନ ସମାରୋହ

କଟକ: ଓଡ଼ିଆ ସିନେମା ଜଗତର ଲୋକପି୍ରୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଚଳିତବର୍ଷର ମର୍ଯ୍ୟାଦାଜନକ ସ୍ୱାଦିଷ୍ଟ ବାଇସ୍କୋପ ଆଓ୍ଵାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି। ହୋମ୍‌ ଭିଡିଓ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଡିସେମ୍ବର ୧୦ତାରିଖ ରବିବାର ସଂଧ୍ୟା ୬ଟାରେ ସହିଦଭବନରେ ଆୟୋଜିତ ପୂଜ୍ୟପୂଜା ସମାରୋହରେ ନାୟିକା ଅପରାଜିତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସମ୍ମାନସ୍ୱରୂପ ଅପରାଜିତାଙ୍କୁ ରୌପ୍ୟନିର୍ମିତ ବାଇସ୍କୋପ, ୨୫ ହଜାର ଟଙ୍କା ସମେତ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବ। ଦୀର୍ଘ ୩୫ବର୍ଷ ଧରି ଓଡ଼ିଶା ସିନେମା ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଅପରାଜିତାଙ୍କୁ ଏହି ସମ୍ମାନ ପାଇଁ ଚୟନ କରାଯାଇଛି। ସମାରୋହରେ ଅପରାଜିତାଙ୍କ ସଂପୂର୍ଣ୍ଣ ଜୀବନୀ ଆଧାରିତ ଏକ ସ୍କ୍ରିନ୍‌ ଓ ଲାଇଭ୍‌ ସୋ’ ପରିବେଷଣ କରାଯିବ ବୋଲି ହୋଟେଲ୍‌ ବ୍ଲୁ ଲାଗୁନ୍‌ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହୋମ୍‌ ଭିଡିଓ ଏଣ୍ଟରଟେନ୍‌ମେଣ୍ଟ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ବାପୁ ଲେଙ୍କା ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାଦିଷ୍ଟ ମସଲାର ପରିଚାଳନା ନିର୍ଦ୍ଦେଶକ ହେମନ୍ତ ଅଗ୍ରଓ୍ଵାଲ୍‌ ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ, ପୂର୍ବରୁ ନାଟ୍ୟକାର ବିଜୟ ମିଶ୍ର, ଅଭିନେତା ବିଜୟ ମହାନ୍ତି, କଣ୍ଠଶିଳ୍ପୀ ତୃପ୍ତି ଦାସ, ନିର୍ଦ୍ଦେଶକ ରାଜୁ ମିଶ୍ର, କଣ୍ଠଶିଳ୍ପୀ ପ୍ରଫୁଲ କର, ଅଭିନେତ୍ରୀ ମହାଶ୍ୱେତା ରାୟ, ବସନ୍ତ ନାୟକ, ଉତ୍ତମ ମହାନ୍ତି, ଜୟୀରାମ ସାମଲ, ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ, ଅଭିନେତା ପ୍ରଶାନ୍ତ ନନ୍ଦ, ପାର୍ବତୀ ଘୋଷ ପ୍ରମୁଖ ଏହି ସମ୍ମାନ ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର