ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଘରୋଇ କଳି ରାଜରାସ୍ତାକୁ ଆସିବା ପରେ ଏନେଇ ବରିଷ୍ଠ ଅଭିନେତ୍ରୀ ତଥା ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ପୁଅ ବାବୁସାନ୍ ସ୍ତ୍ରୀ, ଛୁଆ ଓ ବାପାମାଆଙ୍କ ପାଖକୁ ସେ ଫେରିଆସୁ ବୋଲି ନିବେଦନ କରିଛନ୍ତି।
ଅପରାଜିତା ଆହୁରି କହିଛନ୍ତି, ବାବୁସାନ ବହୁତ ଭଲ ପିଲା ଓ ସ୍ନେହୀ। ଯିଏ ପ୍ରକୃତ ବନ୍ଧୁ ହୋଇଥିବ କାହାର ଅନିଷ୍ଟ କରିବନି। ଯାହାର ସ୍ୱାର୍ଥ ଥିବ ସେ ଅନିଷ୍ଟ ଚିନ୍ତା କରିବ। କୋଭିଡ୍ ସମୟରେ ଘରଠୁ ଦୂରେଇ ରହିଥିଲା। କୋଭିଡ୍ ବେଳେ ଖରାପ ସଙ୍ଗରେ ପଡ଼ିଥିଲା। ଯେଉଁମାନଙ୍କୁ ଅତି ଭଲ ପାଏ ସେମାନଙ୍କ କଥା ବି ମାନିଲା ନାହିଁ। ଆକ୍ଟିଂ, ଗୀତ, ଇଣ୍ଡଷ୍ଟ୍ରି କହିଲେ ତାର ଜୀବନ। କଲ୍ ରେକର୍ଡ ଯାଞ୍ଚ ହେଲେ ସତ ସାମ୍ନାକୁ ଆସିବ। କିଏ ତାକୁ କଲ୍ କରୁଥିଲା ସତ ପଦାକୁ ଆସିବ।
ବାବୁସାନର ଚରିତ୍ର ବଦଳିଛି, ସେ ଡିପ୍ରେସନରେ ରହୁଛି। ମୋ ପୁଅ ତାର ସ୍ତ୍ରୀ ଓ ପିଲାଙ୍କ ପାଖକୁ ପଳାଇ ଆସୁ। ୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ବ୍ଲାକମେଲ୍ କରାଯାଉଥିବା ବାବୁସାନ୍ ଘରେ ଜଣାଇଥିଲେ। ଅନ୍ୟର ପ୍ରରୋଚନାରେ ପଡ଼ି ଘର ଲୋକଙ୍କୁ ଭୁଲ ବୁଝେନି ବୋଲି ମାଆ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ପରିବାର ଲୋକ ସବୁବେଳେ ବାବୁସାନ୍ ସହିତ ରହିଛନ୍ତି। ଓଡ଼ଶାବାସୀ ଆମ ପରିବାରଙ୍କ ସହ ଅଛନ୍ତି। ଆମକୁ ଆଶୀର୍ବାଦ କରନ୍ତୁ।
ବାବୁସାନ୍ ତା’ ସ୍ତ୍ରୀ, ଛୁଆ ଓ ବାପାମାଆଙ୍କ ପାଖକୁ ଫେରିଆସୁ: ଅପରାଜିତା
/sambad/media/post_attachments/wp-content/uploads/2022/07/fe82777d-c639-4c3a-b827-def211f0d190.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)