ଭୁବନେଶ୍ୱରରେ ଅପରାଜିତା ଷଡଙ୍ଗୀଙ୍କୁ ବିଜେପିର ସ୍ୱାଗତ

ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇଥିିବା ବରିଷ୍ଠ ଆଇଏଏସ ଅଫିସର ତଥା ଓଡ଼ିଆ ବୋହୁ ଅପରାଜିତା ଷଡଙ୍ଗୀ ଗତ ୨୭ ତାରିଖ ଦିନ ନୂଆଦିଲ୍ଲୀଠାରେ ବିଜେପି ରାଷ୍ଟ୍ରୀୟ ଅକ୍ଷ୍ୟକ୍ଷ ଅମିତା ଶାହାଙ୍କ ବାସଭବନକୁ ଯାଇ ବିଜେପିରେ ସାମିଲ ହୋଇଥିଲେ। ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ସକାଳେ ଶ୍ରୀମତୀ ଷଡଙ୍ଗୀ ପ୍ରଶାସନିକ ଅଧିକାରୀ ଭାବେ ନୁହେଁ, ବିଜେପିର ଜଣେ ନେତ୍ରୀ ଭାବେ ଆସି ଭୁବନେଶ୍ୱର ବିମାନମନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦର ଠାରେ ବିଜେପି ପକ୍ଷରୁ ଅପରାଜିତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛିି। ବିମାନବନ୍ଦରରୁ ବାହାରି ଶ୍ରୀମତୀ ଷଡଙ୍ଗୀ ସିଧା ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଛନ୍ତି। ସେଠେରେ ସେ ପୂଜାର୍ଚ୍ଚନା କରିବା ପରେ ବିନ୍ଦୁସାଗରକୁ ଯାଇ ପ୍ରଥମ କାର୍ଯ୍ୟକ୍ରମ ସ୍ୱରୂପ ବିନ୍ଦୁସାଗର ସ୍ଥିତିର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱରରେ ପହଞ୍ଚିବା ପରେ ଅପରାଜିତା କହିଛନ୍ତି ଯେ ସେ ଆଜି ଘରକୁ ଫେରି ଖୁବ୍‌ ଖୁସି ଅଛନ୍ତି। ନିଜର କାର୍ଯ୍ୟକ୍ରମ ଭାବେ ସେ ଦଳୀୟ ନେତାମାନଙ୍କୁ ଭେଟିବେ, ଲୋକମାନଙ୍କୁ ଭେଟି ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବେ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି। ତେବେ ଅପରାଜିତା କହିଛନ୍ତି ଯେ ସେ ଦଳର ଜଣେ ସାଧାରଣ କର୍ମୀ ଦଳ ତାଙ୍କୁ ଯେଉଁ ନିର୍ଦ୍ଦେଶ ଦେବ ସେ ସେହି ଅନୁଯାୟୀ କାର୍ଯ୍ୟ କରିବେ। ଏପରିକି ନିର୍ବାଚନ ଲଢ଼ିବା ପ୍ରସଙ୍ଗକୁ ମଧ୍ୟ ପରୋକ୍ଷରେ ସ୍ୱୀକାର କରିଛନ୍ତି ଶ୍ରୀମତୀ ଷଡଙ୍ଗୀ।

ସମ୍ବନ୍ଧିତ ଖବର