ଭୁବନେଶ୍ବର : ଭୁବନେଶ୍ବର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ପୁଣେସ୍ଥିତ ଏମଆଇଟି ଆର୍ଟ, ଡିଜାଇନ୍ ଆଣ୍ଡ୍ ଟେକ୍ନୋଲୋଜି ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ସମେତ ସମ୍ମାନସୂଚକ ଡିଲିଟ୍ ଉପାଧିରେ ସମ୍ମାନିତ କରାଯିବ। ଭାରତୀୟ ପ୍ରଶାସନିକ ସେବା ଓ ଦକ୍ଷ ରାଜନୈତିକ ବ୍ୟକ୍ତି ଭାବେ ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ଆସନ୍ତା ୯ ତାରିଖରେ ବିଶ୍ବବିଦ୍ୟାଳୟ ପକ୍ଷରୁ ହେବାକୁ ଥିବା ଉତ୍ସବରେ ଏହି ସମ୍ମାନ ଦିଆଯିବ। ପୁରସ୍କାର ସମେତ ଡିଲିଟ୍ ଉପାଧି ପ୍ରଦାନ ପାଇଁ ତାଙ୍କୁ ଚୟନ କରାଯାଇଥିବାରୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବିଶ୍ବବିଦ୍ୟାଳୟକୁ କୃତଜ୍ଞତା ଦେଇଛନ୍ତି।
ଅପରାଜିତା ଷଡ଼ଙ୍ଗୀଙ୍କୁ ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର
/sambad/media/post_attachments/wp-content/uploads/2021/03/19_10_2020-aparajita-sarangi-on-road-o_20908509_123615595.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)