ଅପରାଜିତାଙ୍କୁ ନେଇ ବଡ଼ ଯୋଜନା : ବଦଳିପାରେ ବିଜେପି ଦୃଶ୍ୟପଟ୍ଟ

ଗୋଟି ଚଳାଉଛନ୍ତି ଶୀର୍ଷ ନେତୃତ୍ବ, ଚକମା ଦେବେ, ଚର୍ଚ୍ଚାକୁ ବଳ ଦେଲା ଟ୍ବିଟ୍, ଖଣ୍ଡନ କଲେନି

ଭୁବନେଶ୍ବର : ନିର୍ବାଚନ ଯେତିକି ପାେଖଇ ଆସୁଛି, ଓଡ଼ିଶା ରାଜନୀତିରେ ଉଷ୍ଣତା େସତିକି ବଢିବାରେ ଲାଗିଲାଣି। କିଏ କେଉଁଠାରୁ ଟିେକଟ୍ ପାଇବେ ତାହାକୁ ନେଇ ଯେମିତି କଳ୍ପନାଜଳ୍ପନା ଲାଗି ରହିଛି, କିଏ କେଉଁ ଦଳକୁ ଯିବେ, କେଉଁ ପ୍ରଶାସନିକ ଅଧିକାରୀ ଅଥବା ସାମ୍ବାଦିକ ରାଜନୀତି ମଞ୍ଚକୁ ଓହ୍ଲାଇବେ, ତାହାକୁ ନେଇ ସେମିତି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ବହୁଚର୍ଚ୍ଚିତ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ରାଜନୈତିକ କ୍ୟାରିଅର ଏବେ ଏଭଳି ଏକ ଆେଲାଚନାର କେନ୍ଦ୍ରବିନ୍ଦୁ ସାଜିଛି।

ଯଦିଓ ରାଜ୍ୟ ସରକାର ଅପରାଜିତାଙ୍କ େସ୍ବଚ୍ଛାକୃତ ଅବସର ଆବେଦନକୁ ଅନୁେମାଦନ େଦଇସାରିେଲଣି, ତଥାପି କେନ୍ଦ୍ର ସରକାର ଏହା ଉପରେ ମୋହର ଲଗାଇନାହାନ୍ତି। ଏଣୁ ଚାକିରି ସର୍ତାବଳୀକୁ ଡ଼ରି ଅପରାଜିତା ଏେନଇ ଉଁ କି ଚୁଁ ମୁହଁ େଖାଲିନାହାନ୍ତି। କିନ୍ତୁ ଓଡ଼ିଶାରେ ଅପରାଜିତା ପାଦ େଦବା ପରେ ନୂଆପଲ୍ଲୀରେ ଅନୌପଚାରିକ ଭାବେ େଖାଲିଥିବା ତାଙ୍କ କାର୍ଯ୍ୟାଳୟ ରାଜନୈତିକ ମହଲକୁ ବିସ୍ମିତ କଲାଣି। ଅପରାଜିତା ବିେଜପିକୁ ଯିେବ ଓ ଭୁବନେଶ୍ବର େଲାକସଭା ଆସନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ େବାଲି େଗାଟିଏ େଗାଷ୍ଠୀ ପ୍ରଚାର ଚଳାଇଛନ୍ତି। ଦଳର ରାଜ୍ୟ ସଭାପତି କିମ୍ବା ଶୀର୍ଷ େନତୃତ୍ବ ଏହାକୁ ଖଣ୍ଡନ କରିନାହାନ୍ତି। ଏଣୁ ସ୍ବାଭାବିକ ଭାବେ ଏହି ଚର୍ଚ୍ଚାରେ ଦମ୍ ଅଛି ଓ ଏହା ଅମୂଳକ ନୁେହଁ େବାଲି ରାଜନୈତିକ ମହଲ ବିଚାର କରୁଛନ୍ତି।

ଅପରାଜିତାଙ୍କ ବିେଜପି େଯାଗଦାନ ଚର୍ଚ୍ଚାକୁ ରାଜନୈତିକ ମହଲ ଗୁରୁତ୍ବ େଦଉଛନ୍ତି। େଖାର୍ଧା ଜିଲ୍ଲାପାଳ ହୁଅନ୍ତୁ କି ବିଏମସି କମିସନର ଏସବୁ ପଦପଦବିରେ ଥିବା େବଳେ ଅପରାଜିତା େବଶ୍ ଚର୍ଚ୍ଚାରେ ଥିେଲ। ବିେଜଡି କର୍ପୋରେଟରଙ୍କ ଠାରୁ ଆରମ୍ଭ କରି ସାଧାରଣ େଲାକଙ୍କ ସହିତ ତାଙ୍କର ସଂପର୍କ ରହିଛି। ଏଣୁ ଭୁବନେଶ୍ବରରେ ଯଦି େସ ପ୍ରାର୍ଥୀ ହୁଅନ୍ତି ତାହା ବିେଜପିକୁ ନିଶ୍ଚୟ ବଳ େଦବ। ବିେଜଡି ପାଇଁ ଏହା ଏକ ଚ୍ୟାେଲଞ୍ଜ େହବ।

ପ୍ରଶ୍ନଟି େହଉଛି, ବିେଜପି ରାଜ୍ୟ େନତାଙ୍କ ଆଗ୍ରହରେ ଅପରାଜିତା ରାଜନୀତିକୁ ଆସିନାହାନ୍ତି କିମ୍ବା ତାଙ୍କର ଏଥିରେ େଯାଗଦାନ ପଛରେ ଓଡ଼ିଶା ବିେଜପିର କିଛି ଅବଦାନ ନାହିଁ। ବରଂ େଖାଦ୍ ପ୍ରଧାନମନ୍ତ୍ରୀଙ୍କ ଇସାରାରେ େସ ଓଡ଼ିଶା ରାଜନୀତିରେ ପାଦ ଥାପିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପରବର୍ତୀ ସମୟରେ ରାଜ୍ୟ ବିେଜପିର ଶୀର୍ଷ େନତୃତ୍ବଙ୍କ ସହିତ ତାଙ୍କର ଆେଲାଚନା େହାଇଛି। ଅର୍ଥାତ୍ ଅପରାଜିତାଙ୍କୁ େନଇ େକନ୍ଦ୍ର ବିେଜପିର ନିର୍ଦିଷ୍ଟ କିଛି େଯାଜନା ଅଛି, େସ ସଙ୍କେତ ଏବେ ମିଳିଲାଣି। ଦିଲ୍ଲୀ ଭଳି ଅପରାଜିତାଙ୍କୁ େନଇ ବିେଜପି ଓଡ଼ିଶାରେ ନୂଆ କାର୍ଡ େଖଳିବନି ତ? ରାଜ୍ୟ ବିେଜପିେର େଦଖା େଦଇଥିବା େନତୃତ୍ବ କନ୍ଦଳର ଲାଭ ଏହି ମହିଳା ବ୍ୟୁରୋକ୍ରାଟ୍ େନବେ କି?

ମିଳିଥିବା ସୂଚନା ଅନୁସାେର, େକନ୍ଦ୍ର ସରକାର େସ୍ବଚ୍ଛାକୃତ ଅବସର ସଂପର୍କରେ ନିଷ୍ପତ୍ତି େନବାପରେ ପରେ ଅପରାଜିତା ବିଜେପିରେ ମିଶିବା େନଇ ବିଧିବଦ୍ଧ େଘାଷଣା େହବ। ତାଙ୍କ ନିକଟତମ ମହଲରୁ ଏମିତି ସୂଚନା ମିଳୁଛି। ନୂଆଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ବ ସହ ବୈଠକ ପରେ ଅପରାଜିତା ରାଜନୈତିକ ଦଳରେ େଯାଗଦାନ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ।

ଏଠାରେ ଉଲ୍ଲେଖଥାଉକି, ଅପରାଜିତାଙ୍କର ଏକ ଟ୍ବିଟ୍ ତାଙ୍କୁ ଏବେଠାରୁ େସାସିଆଲ ମିଡିଆରେ ଚର୍ଚ୍ଚାରେ ରଖିଲାଣି। ଆଜି ଅପରାଜିତା ଟ୍ବିଟ୍ କରି ରାଜନୀତିକୁ ଯିବା ନେଇ ପରୋକ୍ଷ ଇଙ୍ଗିତ ଦେଇଛନ୍ତି। ଟ୍ବିଟ୍‌ରେ ସେ ଦର୍ଶାଇଛନ୍ତି, ଜଗନ୍ନାଥଙ୍କ ପବିତ୍ର ରଥ ଜଣେ ବ୍ୟକ୍ତିଙ୍କ ଦ୍ବାରା ନୁହେଁ, ସମସ୍ତଙ୍କ ଦ୍ବାରା ଟଣାଯାଏ। ମିଳିତ ପ୍ରଚେଷ୍ଟାରେ ସବୁ ବଡ଼ ସଫଳତା ମିଳେ। ‘ଆମେ, ମୁଁ ନୁହେଁ’। ଅର୍ଥାତ୍ ସମସ୍ତଙ୍କୁ େନଇ େସ ଆଗକୁ ଯିବେ ଏକଥା ସୂଚାଇ ଅପରାଜିତା ରାଜ୍ୟ ରାଜନୀତିର ଏକ ବଡ଼ ଦାୟିତ୍ବରେ ରହିେବ, େସ ସଂପର୍କରେ ଠାରିଛନ୍ତି।

ଅପରାଜିତାଙ୍କ ଏହି ପୋଷ୍ଟର ଶବ୍ଦ ଗୁଡିକୁ ଆଧାର କରି ଭକ୍ତଶେଖର ରାୟ ନାମକ ଜଣେ ବ୍ୟକ୍ତି ଟ୍ୱିଟ୍ କରି ପଚାରିଥିଲେ ଉପଦେଶ ଉଦ୍ଦେଶ୍ୟରେ ନୁହେଁ, ବରଂ ଜଣେ ଶୁଭେଚ୍ଛୁ ଭାବେ ମୁଁ କହିବାକୁ ଚାହେଁ େଯ ଆପଣ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡିଶାରେ ପରିଚିତ। ଆପଣ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜନୀତି ଗୋଟିଏ ଗୋଳିଆ ପାଣି ସଦୃଶ। ତେଣୁ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। ସମ୍ମାନ କେଉଁଠି ଆଗେ ଭାବନ୍ତୁ।

ଏହାର ଉତ୍ତର ମଧ୍ୟ ରଖିଛନ୍ତି ଅପରାଜିତା। ସେ ଟ୍ୱିଟ୍ କରି ଲେଖିଛନ୍ତି,ମୁଁ ସବୁବେଳେ ଆହ୍ୱାନକୁ ସାମ୍ନା କରିବାକୁ ଭଲପାଏ। ଯଦି ଆମର ଉଦ୍ଦେଶ୍ୟ ଠିକ ଥାଏ ଓ କଠିନ ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ରହିବା, ତେବେ ବିଶ୍ୱର ସବୁ ଗତିବିଧି ଆମ ସପକ୍ଷରେ ରହିବ। ସେହିପରି ଆଉ ଏକ ପୋଷ୍ଟରେ ଅପରାଜିତା ଲେଖିଛନ୍ତି –କେବଳ ବଞ୍ଚିବା ମୋ ଜୀବନର ଲକ୍ଷ୍ୟ ନୁହେଁ। ବରଂ ଉନ୍ନତିମୂଳକ କାର୍ଯ୍ୟରେ ନିୟୋଜିତ ଜୀବନ ଚାହେଁ। ନିଜର ଆଗ୍ରହ, ଆନନ୍ଦ ଓ ଅନ୍ଦାଜରେ କାମ କରିବା ପାଇଁ ଚାହେଁ। ମାୟା ଏଞ୍ଜେଲିଓଙ୍କ ଏହି ଶବ୍ଦ ମୋ ଜୀବନ ଦର୍ଶନ ।

ଅପରାଜିତାଙ୍କ େସ୍ବଚ୍ଛାକୃତ ଅବସର ଆବେଦନକୁ ରାଜ୍ୟ ସରକାର ଇତିମଧ୍ୟରେ ଅନୁମୋଦନ େଦଇ େକନ୍ଦ୍ରକୁ ପଠାଇଛନ୍ତି। ଏହି ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତତ୍ପରତା େଦଖାଇଥିଲା।

ସମ୍ବନ୍ଧିତ ଖବର