ଶ୍ରୀମନ୍ଦିରରେ ଅପରାଜିତା

ପୁରୀ : ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇ ନିକଟରେ ରାଜ‌ନୀତିରେ ପାଦ ଥାପିଥିବା ପୂର୍ବତନ ଆଇଏଏସ୍‌ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସାଧାରଣ ଭକ୍ତଙ୍କ ଭଳି ସେ ଧାଡିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ଅପରାଜିତା କାକଟପୁର ଯାଇ ମା’ ମଙ୍ଗଳାଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀମନ୍ଦିରରୁ ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅପରାଜିତା କହିଛନ୍ତି, ୨୪ ବର୍ଷର ପ୍ରଶାସନିକ ସେବା ପରେ ଏବେ ରାଜନୀତିରେ ପାଦ ଦେଇଛି। ରାଜନୀତିକୁ ଓହ୍ଲାଇବା ଆଗରୁ ମୁଁ ବିଭିନ୍ନ ଧାର୍ମିକ ସ୍ଥାନ ବୁଲି ଆଶୀର୍ବାଦ ନେଉଛି। ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛି। ରାଜନୀତି ସଂପର୍କରେ ଅପରାଜିତା କହିଥିଲେ, ମୁଁ କାହା ବିରୋଧରେ ଲଢ଼ୁନି। ଏଠି ମୁଁ ମୋ ନିଜ ବିରୋଧରେ ଲଢ଼େଇ କରୁଛି। ଆଉ ଏଥିରେ ନିଶ୍ଚିତ ସଫଳତା ପାଇବି।

ସମ୍ବନ୍ଧିତ ଖବର