ଆପାର୍ଟମେଣ୍ଟ କ୍ରେତା-ବିକ୍ରେତା ହତାଶ

ଭୁବନେଶ୍ବର: ୪ଟି କାର୍ଯ୍ୟ ଦିବସ ପୂର୍ବରୁ ଆଜି ବିଧାନସଭା ଅଧିବେଶନ ଶେଷ ହୋଇଛି। ଏଥିରେ ରାଜ୍ୟ ସରକାର ଯେଉଁ ତିନିଟି ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଗତ କରିଥିଲେ ତାହାକୁ ଫେରାଇ ନେଇଛନ୍ତି। ସେଗୁଡ଼ିକ ହେଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌-୨୦୨୩, ଓବିସି କମିସନ ସଂଶୋଧନ ବିଲ୍‌-୨୦୨୩ ଏବଂ ଜମି ଅଧିଗ୍ରହଣ ନେଇ ପୁନର୍ବାସ ଓ ଥଇଥାନ ସଂଶୋଧନ ବିଲ୍‌-୨୦୨୩ ।

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌-୨୦୨୩ ଉପସ୍ଥାପନ ହେବା ପରେ ଦୀର୍ଘ ମାସ ହେଲା ବନ୍ଦ ଥିବା ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଫିଟିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ବିଲ୍‌ଟି ପାରିତ ନହେବାରୁ ଆସନ୍ତା ବିଧାନସଭା ଅଧିବେଶନ ପର୍ଯ୍ୟନ୍ତ ଆପାର୍ଟମେଣ୍ଟ କିଣାବିକା ଉପରେ ରୋକ୍ ଲାଗିଯାଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌ରେ ସଂଶୋଧନ କରି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‌-୨୦୨୩ ଆଣିଥିଲେ। ଏଥିରେ କ୍ରେତା ଓ ବିକ୍ରେତାଙ୍କ ପାଇଁ ନିୟମାବଳୀ ଜାରି କରିଥିଲେ। ହେଲେ ହଠାତ୍ କାହିଁକି ଏହାକୁ ପ୍ରତ୍ୟାହାର କରିନେଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର