ଭୁବନେଶ୍ବର: ନାଟମଣ୍ଡପ ମରାମତି କାମରେ ବିଳମ୍ୱ ଯୋଗୁଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ଆବେଦନକାରୀ ଅଭିଷେକ ଦାସ। ନାଟମଣ୍ଡପ ମରାମତିରେ ଏ ଏସ ଆଇ ବିଳମ୍ୱ କରୁଥିବା ନେଇ ଚିଠିରେ ଉଲ୍ଲେଖ ରହିଛି। ମରାମତି ବିଳମ୍ବ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପରୋକ୍ଷରେ ଅଣଦେଖା ବୋଲି ଦର୍ଶାଇଛନ୍ତି ଆବେଦନକାରୀ ଅଭିଷେକ ଦାସ।
ସେ ପୂର୍ବରୁ ନାଟ ମଣ୍ଡପ ମରାମତି ଆବଶ୍ୟକ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଷେକ ଦାସଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ। ମାମଲାର ଶୁଣାଣି ସମୟରେ ଏଏସ୍ଆଇ ପକ୍ଷରୁ ନାଟମଣ୍ଡପ ମରାମତି ପ୍ରସଙ୍ଗରେ ସାନି ସତ୍ୟପାଠ ଦାଖଲ କରାଯାଇଥିଲା। ଏଏସ୍ଆଇ ପୁରୀ ସର୍କଲ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡକ୍ଟର ଡି.ବି.ଗଡ଼ନାୟକଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ନାଟମଣ୍ଡପର ଫଟା ବିମ୍ ସଶକ୍ତ କରିବା ପାଇଁ ପରିବର୍ତ୍ତିତ ଡିଜାଇନ ଓ ଡ୍ରଇଂ ମିଳିଛି। ଏଏସ୍ଆଇ କୋର୍ କମିଟି ସଦସ୍ୟଙ୍କ ନୂଆ ପରାମର୍ଶକୁ ବିଚାରକୁ ନେଇ ଏହି ଡିଜାଇନ ଓ ଡ୍ରଇଂ ପ୍ରସ୍ତୁତ ହୋଇଛି। ନଭେମ୍ବର ୪ରେ ପୁରୀଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ, ଏଏସ୍ଆଇ ପ୍ରତିନିଧି, ଆମିକସକ୍ୟୁରି, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଥିଲା।
ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ମାମଲା: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଆବେଦନକାରୀ
/sambad/media/post_attachments/wp-content/uploads/2023/11/a1d0d844-a0fb-4ba2-b7f4-4b3be13023cb.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)