ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ ସ୍କୁଲ/ପଲିଟେକ୍ନିକ୍ସରେ ନାମଲେଖା ଲାଗି ଆଜି(ସୋମବାର)ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ସାମସ୍ ପୋର୍ଟାଲ www.samsodisha.gov.in ମାଧ୍ୟମରେ ଆଗ୍ରହୀ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିବା ସହ ଆବେଦନ କରିପାରିବେ। ଡିପ୍ଲୋମା ପାଠ୍ୟକ୍ରମ ମଧ୍ୟରେ ପ୍ରଥମ ସେମିଷ୍ଟର୍ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ/ଟେକ୍ନୋଲୋଜି ଓ ତୃତୀୟ ସେମିଷ୍ଟର୍ ଇଞ୍ଜିନିୟରିଂ/ଟେକ୍ନୋଲୋଜି(ଲାଟେରାଲ ଏଣ୍ଟ୍ରି) ରହିଛି।
ଆବେଦନକାରୀଙ୍କ ବୟସ ୧୪ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ବାହାର ରାଜ୍ୟର ଛାତ୍ରଛାତ୍ରୀ ଘରୋଇ ଇଞ୍ଜିନିୟରିଂ ସ୍କୁଲ ଓ ପଲିଟେକ୍ନିକ୍ସ ପାଇଁ କେବଳ ଆବେଦନ କରିପାରିବେ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ, ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ବୋଲି ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।