ଯୁକ୍ତ୨ରେ ନାମ ଲେଖାଇଥିବା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କଲେଜ ବଦଳି ପାଇଁ ଆବେଦନ ଆଜିଠୁ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମ ଲେଖାଇଥିବା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କଲେଜ ବଦଳି ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

କଲେଜ ବଦଳି ପାଇଁ ଆବଶ୍ୟକୀୟ ଆବେଦନ ଫର୍ମ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୱେବସାଇଟ୍‌ ‘www.samsodisha.gov.in’ ର ଇ-ସ୍ପେସ୍‌ରେ ଉପଲବ୍ଧ ହେବ। ୧୯ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୧୬ରୁ ୨୨ ତାରିଖ ଅପରାହ୍ନ ୨ଟା ମଧ୍ୟରେ ଛାଡ଼ିବାକୁ ଥିବା‌ ଯୁକ୍ତ୨ କଲେଜରେ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ। ୧୭ରୁ ୨୬ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନୋଡାଲ ସାମ୍‌ସ ରିସୋର୍ସ ସେଣ୍ଟରରେ ଡକ୍ୟୁମେଣ୍ଟ ପୁଣିଥରେ ଯାଞ୍ଚ ହେବ। ଅକ୍ଟୋବର ୨୧ରୁ ୩୧ ତାରିଖ ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟସ୍ତରରେ ଆବେଦନପତ୍ରଗୁଡ଼ିକର ସମୀକ୍ଷା କରାଯିବା ସହ ଅନୁମତି ପ୍ରଦାନ କରାଯିବ। ନଭେମ୍ବର ୧ରୁ ୪ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ନୂତନ ଯୁକ୍ତ୨ କଲେଜରେ ନାମ ଲେଖାଇବେ।

ସମ୍ବନ୍ଧିତ ଖବର