କିଶୋରୀ ଚରଣ ପୁରସ୍କାର ପାଇଁ ଆବେଦନ

କଟକ : ବିଶିଷ୍ଟ କଥାକାର କିଶୋରୀ ଚରଣ ଦାସଙ୍କ ସ୍ମୃତିରେ ପ୍ରଦତ୍ତ ‘କିଶୋରୀ ଚରଣ ପୁରସ୍କାର’ ଚଳିତବର୍ଷ ଗଳ୍ପ ପୁସ୍ତକ ପାଇଁ ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ଯୁବ କଥାଶିଳ୍ପୀଙ୍କୁ ୧୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ୪୦ ବର୍ଷରୁ କମ୍ ବୟସର ଲେଖକ/ଲେଖିକାମାନେ ସେମାନଙ୍କର ଦୁଇଖଣ୍ତ ସ୍ବରଚିତ ଗଳ୍ପ ପୁସ୍ତକ ଓ ଜନ୍ମ ତାରିଖ ପ୍ରମାଣପତ୍ରର ନକଲ ଆସନ୍ତା ୩୧ ଜାନୁଆରି ପୂର୍ବରୁ ବିଜୟାନନ୍ଦ ସିଂହ, ସଂପାଦକ କିଶୋରୀ ଚରଣ ସ୍ମୃତି ସଂସଦ, ‘ଭୂମିକା, ପାର୍ଥ ରାଓ ଲେନ୍, କାଳୀଗଳି, ଚାନ୍ଦିନୀଚୌକ୍, କଟକ-୭୫୩୦୦୨ ଠିକଣାରେ ପଠାଇବା ପାଇଁ ସଂସଦ ପକ୍ଷରୁ କମଳ ମାହୁନ୍ତ ଜଣାଇଛନ୍ତି।

ସମ୍ବନ୍ଧିତ ଖବର