ଭୁବନେଶ୍ବର: ରାଜ୍ୟ ସରକାର ଦହିବରା ଆଳୁଦମ୍ର ଜିଆଇ ଟ୍ୟାଗ୍ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି। ଏହା ଭୌଗୋଳିକ ଦ୍ରବ୍ୟ ସୂଚନା ସୁରକ୍ଷା ତଥା ପଞ୍ଜୀକରଣ ଅଧିନିୟମ ୧୯୯୯ର ବିଭାଗ ୧୧(୧) ଅନ୍ତର୍ଗତ ଆବେଦନ କରାଯାଇଛି। ଏନେଇ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୁଧବାର ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି।
କଟକ ବାରବାଟୀ ବିଧାୟକ ସୋଫିଆ ଫିରଦୋସ୍ ପଚାରିଥିଲେ ଯେ, କଟକରେ ପ୍ରସିଦ୍ଧି ଲାଭ କରିଥିବା ଏବଂ ସାଂସ୍କୃତିକ ଏବଂ ଆର୍ଥିକ ଗୁରୁତ୍ୱ ବହନ କରୁଥିବା ଦହିବରା ଆଳୁଦମ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି।
ଦହିବରା ଆଳୁଦମ୍ ବିକ୍ରୟରେ ସମ୍ପୃକ୍ତ ସ୍ଥାନୀୟ ବିକ୍ରେତାଙ୍କୁ ସମର୍ଥନ କରିବା ଏବଂ ସେମାନଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ସୁବିଧା ଯୋଗାଇବା ପାଇଁ ସରକାର ପାଣ୍ଠି ବଣ୍ଟନ କରିବାକୁ ଯୋଜନା କରୁଛନ୍ତି କି? ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ସରକାର ସ୍ଥାନୀୟ ବିକ୍ରେତାଙ୍କ ପାଇଁ ପର୍ଯ୍ୟଟନ ଏବଂ ଜୀବିକା ସୁଯୋଗ ବୃଦ୍ଧି କରିବା ପାଇଁ ସମର୍ପିତ ଦହିବରା ଆଳୁଦମ୍ ଜୋନ୍ ପ୍ରତିଷ୍ଠା କରିବେ କି?
ଅଧିକ ପଢ଼ନ୍ତୁ: ୫ ବର୍ଷରେ ୨୭ ହାତୀ ବିଦ୍ୟୁତ୍ ଆଘାତରେ ମୃତ: ୨୦୨୪-୨୫ରେ ଏପର୍ଯ୍ୟନ୍ତ ୧୧ ମୃତ୍ୟୁ
ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜିଆଇ ଟ୍ୟାଗ୍ ପାଇଁ ସିଧାସଳଖ ଆବେଦନ କରାଯାଇ ପାରିବ ନାହିଁ। କିନ୍ତୁ ମନ୍ତ୍ରଣାଳୟ ଆବେଦନ କରାଯାଇଥିବା ତଥ୍ୟକୁ ପ୍ରୋତ୍ସାହିତ କରିପାରିବେ। ଏନେଇ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: କୁରାଢ଼ିରେ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ: ସ୍ୱାମୀ ଗିରଫ
Gokulananda Mallick | Dahibara Aludam | GI tag
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/04/02/uugUB6qQiZltGmIYfKZg.jpg)