ଭୁବନେଶ୍ବର : ଓଡ଼ିଶାରେ ବୃକ୍ଷେରା‌ପଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲା କମାଣ୍ଡାଣ୍ଟ, ବ୍ଲକ କମାଣ୍ଡାଣ୍ଟ, ପଞ୍ଚାୟତ କମାଣ୍ଡାଣ୍ଟ ଓ ପୌର ପରିଷଦର କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରିବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଆବେଦନ କରିବାକୁ ପ୍ରେରଣା ଇଣ୍ଟରନ୍ୟାସନାଲ୍ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି। ଯେଉଁମାନେ ୱେବସାଇଟ୍ ମାଧ୍ୟମରେ ଆବେଦନ କରିବେ, ସେମାନେ www.preranainternationalgreenarmy.com କିମ୍ବା instagram.com/prerana.internationalgreenarmy ମାଧ୍ୟମରେ ଆବେଦନ କରିପାରିବେ। ଏ ସଂପର୍କରେ ସବିଶେଷ ତଥ୍ୟ ପାଇଁ ପ୍ରେରଣା ଗ୍ରୀନ୍ ଆର୍ମି କମାଣ୍ଡାଣ୍ଟ ଶ୍ରେୟାସ୍ମୃତି ମହାନ୍ତିଙ୍କ ସହ ଫୋନ୍ ନମ୍ବର ୯୯୩୭୨୪୮୨୨୭ ସହ ଯୋଗାଯୋଗ କରିପାରିବେ।

Advertisment

ସେହିପରି ଯେଉଁମାନେ ଇ-ମେଲ୍ ଯୋଗେ ଆବେଦନ କରିବେ ସେମାନେ [email protected] ଯୋଗେ ମଧ୍ୟ ଆବେଦନ କରିପାରିବେ। ଏ ସଂପର୍କରେ ସବିଶେଷ ତଥ୍ୟ ପାଇଁ ପ୍ରେରଣା ଗ୍ରୀନ୍ ଆର୍ମି କ୍ୟାପଟେନ୍ ଶ୍ରୀମାନ ଶାଶ୍ବତଙ୍କ ସହ ଫୋନ୍ ନମ୍ବର ୯୫୫୬୪୭୧୮୦୪ ସହ ଯୋଗାଯୋଗ କରିପାରିବେ। ଏଥିସହିତ ସିଧାସଳଖ ଭାବେ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, କମାଣ୍ଡାଣ୍ଟ ଇନ୍ ଚିଫ୍, ପ୍ରେରଣା ଇଣ୍ଟରନ୍ୟାସନାଲ୍ ଗ୍ରୀନ୍ ଆର୍ମି କ୍ବାର୍ଟର ନଂ-୨ ଆର୍‌ବି-୨/୮, ୟୁନିଟ୍-୮, ଗୋପବନ୍ଧୁ ଛକ, ଭୁବନେଶ୍ବର-୧୨ ସହ ନିଜର ସମ୍ପୂର୍ଣ୍ଣ ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୃକ୍ଷରୋପଣ କ୍ଷେତ୍ରରେ ଥିବା ଅଭିଜ୍ଞତା ଓ ଏଥିପାଇଁ ପାଇଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନର ପ୍ରମାଣପତ୍ର ସହ ଆବେଦନ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି।