ବ୍ରଜବନ୍ଧୁ ମେଧାବୃତ୍ତି ପାଇଁ ୧୦ ଯାଏ ଆବେଦନ

ଭୁବନେଶ୍ୱର : ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ‘ସମ୍ବାଦ’ ଓ କେଏମ୍‌ବିବି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ସହଯୋଗରେ ବ୍ରଜବନ୍ଧୁ ମେଧାବୃତ୍ତି-୨୦୨୧ ଆୟୋଜନ କରାଯାଉଛି। ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ), କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଓ ଆଇସିଏସ୍‌ଇ(ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ସେକେଣ୍ଡାରି ଏଜୁକେସନ) ବୋର୍ଡ ଅଧୀନରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ଏଥିଲାଗି ପଞ୍ଜୀକରଣ କରିପାରିବେ। ଏହି ମେଧାବୃତ୍ତିରେ ପ୍ରତି ଜିଲ୍ଲାର ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ପ୍ରଦାନ କରାଯିବ। ପ୍ରଥମ କୃତୀ ପ୍ରତିଯୋଗୀଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବାକୁ ଥିବା ବେଳେ ଦ୍ବିତୀୟ ପ୍ରତି‌ଯୋଗୀଙ୍କୁ ୧୫ ହଜାର ଓ ତୃ୍ତୀୟ ପ୍ରତିଯୋଗୀଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ। କୋଭିଡ୍‌-୧୯ କଟକଣା ପାଇଁ ପଞ୍ଜୀକରଣ ଅବଧିକୁ ୧୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ଅନ୍‌ଲାଇନ୍‌ ପାଇଁ ଛାତ୍ରଛାତ୍ରୀ www.kmbbjsc.org ରେ ଲଗ୍‌ଅନ୍‌ କରିପାରିବେ। ସେହିପରି ଅଫ୍‌ଲା‌ଇନ୍‌ ପାଇଁ ବିଭିନ୍ନ ଜିଲ୍ଲା ଲାଗି ମୋବାଇଲ୍‌ ନମ୍ବର ଜାରି ହୋଇଛି। କଟକ ଓ ଗଞ୍ଜାମ ଜିଲ୍ଲାର ଛାତ୍ରଛାତ୍ରୀ ୮୬୫୮୦୯୨୭୭୯ରେ ଯୋଗାଯୋଗ କରି ନାମ ପଞ୍ଜୀକରଣ କରିପାରିବେ। ପୁରୀ, ବାଲେଶ୍ବର ଓ ଜଗତ୍‌ସିଂହପୁର ଲାଗି ୭୩୨୮୮୨୦୩୪୦, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ ଲାଗି ୯୯୩୭୯୪୮୪୩୯, ଯାଜପୁର ଓ କେନ୍ଦ୍ରାପଡ଼ା ପାଇଁ ୯୩୪୮୪୧୬୯୯୦, ଭଦ୍ରକ ଓ ଖୋର୍ଧା ଜିଲ୍ଲା ଲାଗି ୮୧୧୭୦୫୩୭୬୯, ସମ୍ବଲପୁର, ସୋନପୁର ଓ ନବରଙ୍ଗପୁର ଜିଲ୍ଲା ପାଇଁ ୭୩୨୮୮୨୦୩୪୧, ଢେଙ୍କାନାଳ, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ୭୯୭୮୬୧୭୨୪୩, ନୂଆପଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଛାତ୍ରଛାତ୍ରୀ ୮୯୧୭୩୦୦୯୧୨ ନମ୍ବରରେ ଯୋଗାଯୋଗ କରିପାରି‌ବେ। କୋରାପୁଟ, ରାୟଗଡ଼ା ଓ ବଲାଙ୍ଗୀର ଜିଲ୍ଲାର ଛାତ୍ରଛାତ୍ରୀ ୯୧୭୮୦୫୯୦୦୫, ସୁନ୍ଦରଗଡ଼, କଳାହାଣ୍ଡି ଓ ଗଜପତି ଜିଲ୍ଲା ଲାଗି ୭୯୭୮୨୫୨୧୧୩, ବରଗଡ଼, ନୟାଗଡ଼ ଓ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ ୮୨୬୦୨୬୫୨୮୬ ନମ୍ବରରେ ଯୋଗାଯୋଗ କରି ନିଜ ନାମ ଅଫ୍‌ଲାଇନ୍‌ରେ ପଞ୍ଜୀକରଣ କରିପାରିବେ। ଏହାବ୍ୟତୀତ କଟକ ଜିଲ୍ଲା ବାରଙ୍ଗର ନରଣପୁରଠାରେ ଥିବା କେଏମ୍‌ବିବି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ସହ ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ। ଏଥିପାଇଁ କ‌ଲେଜ ପକ୍ଷରୁ ତିନୋଟି ମୋବାଇଲ୍‌ ନମ୍ବର ଜାରି ହୋଇଛି। ସେଗୁଡ଼ିକ ହେଲା ୭୩୨୮୮୨୦୩୪୦, ୭୩୨୮୮୨୦୩୪୧, ୭୩୨୭୯୮୦୫୭୦। ପରୀକ୍ଷାର ସମ୍ପୂର୍ଣ୍ଣ ବିବରଣୀ ଖୁବ୍‌ଶୀଘ୍ର ‘ସମ୍ବାଦ’ରେ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର