ଡିସେମ୍ବର ୮ରେ ସିଟିଇଟି, ୨୫ ଯାଏ ବଢ଼ିଲା ଆବେଦନ ସମୟ ସୀମା

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ପକ୍ଷରୁ ୧୩ତମ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ସିଟିଇଟି) ଡିସେମ୍ବର ୮ରେ ଅନୁଷ୍ଠିତ ହେବ। ଦେଶର ୧୧୦ଟି ସହରରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି। ଗତ ଅଗଷ୍ଟ ୧୯ରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟାର ସମୟ ସୀମାକୁ ବୃଦ୍ଧି କରାଯାଇଛି। ଆଗ୍ରହୀ ପରୀକ୍ଷାର୍ଥୀ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ୩୦ ତାରିଖ ଅପରାହ୍‌ଣ ସାଢ଼େ ୩ଟା ପର୍ଯ୍ୟନ୍ତ ଶୁଳ୍କ ପୈଠ କରିପାରିବେ। ପରୀକ୍ଷା ସମ୍ପର୍କିତ ସବିଶେଷ ତଥ୍ୟ ଯଥା ପରୀକ୍ଷା, ଭାଷା, ପାଠ୍ୟକ୍ରମ, ଯୋଗ୍ୟତା, ପରୀକ୍ଷା ଫି’, ପରୀକ୍ଷା ହେବାକୁ ଥିବା ସହର, ପ୍ରମୁଖ ତାରିଖ ଆଦି ବିଷୟ ‘www.ctet.nic.in’ ରେ ଉପଲବ୍ଧ ହେଉଛି। ସେହି ଅନୁଯାୟୀ ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିବେ ବୋଲି ସିବିଏସ୍‌ଇ ନିର୍ଦେଶକ(ସିଟିଇଟି) ଏକ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର