ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରେ ୟୁଜି, ପିଜି ଓ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷା ବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏପ୍ରିଲ୍ ୧ରୁ ମେ’ ୩୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନ୍ରେ ଆବେଦନ କରିପାରିବେ। ୟୁଜି(+୩)ରେ ୬ ହଜାର ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯିବାକୁ ଥିବା ବେଳେ ବାର୍ଷିକ ୫ ହଜାର ଟଙ୍କା ଓ ପିଜିରେ ୨୫୦୦ ପିଲାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ବୈଷୟିକ ଶିକ୍ଷାରେ ୬ହଜାର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଲେଖାଏଁ ବୃତ୍ତି ଦିଆଯିବ। ସେହିପରି ବ୍ୟାସକବି ଫକୀର ମୋହନ ଭାଷାବୃତ୍ତିରେ ଓଡ଼ିଆ ସମ୍ମାନରେ ୧୨ଶହ ଜଣ ଯୁକ୍ତ୩ ଓ ଓଡ଼ିଆ ବିଭାଗର ୩୦୦ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ୨୦ହଜାର ଟଙ୍କା ଲେଖାଏଁ ବୃତ୍ତି ପ୍ରଦାନ କରାଯିବ।
ବିଭିନ୍ନ ବୃତ୍ତି ପାଇଁ ଆବେଦନ ଆରମ୍ଭ
/sambad/media/post_attachments/wp-content/uploads/2021/04/Scholarship.jpg)