ରେଳବାଇ ବୋର୍ଡ ଯାତାୟତ ସଦସ୍ୟ ଭାବେ ପୂ‌ର୍ଣ୍ଣେନ୍ଦୁ ମିଶ୍ରଙ୍କ ଯୋଗଦାନ

ଭୁବନେଶ୍ବର : ରେଳବାଇ ବୋର୍ଡ ଯାତାୟତ ସଦସ୍ୟ(ମେମ୍ବର ଟ୍ରାଫିକ୍‌) ଭାବେ ପୂର୍ଣ୍ଣେନ୍ଦୁ ମିଶ୍ର ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ କୋଲକାତାଠାରେ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ। ସ୍ୱଳ୍ପ ସମୟ ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ଭୁବନେଶ୍ବର ବାସିନ୍ଦା ଶ୍ରୀ ମିଶ୍ର ୧୯୮୨ ମସିହାରେ ଭାରତୀୟ ରେଳବାଇ ଟ୍ରାଫିକ୍‌ ସେବାରେ ଯୋଗ ଦେଇଥିଲେ।

ଶ୍ରୀ ମିଶ୍ର ରେଳବାଇ ବୋର୍ଡ ଉପଦେଷ୍ଟା(ନିରାପତ୍ତା) ଓ କାର୍ଯ୍ୟନିର୍ବାହୀ ନିର୍ଦେଶକ(କର୍ପୋ‌ରେଟ୍‌ କମ୍ୟୁନିକେସନ୍‌), ଦକ୍ଷିଣ-ପୂର୍ବ ମଧ୍ୟ ରେଳପଥ ରାୟପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ମୁମ୍ବାଇସ୍ଥିତ ପଶ୍ଚିମ ରେଳପଥର ପ୍ରମୁଖ ପରିଚାଳନା ପ୍ରବନ୍ଧକ ପରି ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହାଛଡ଼ା ସେ ପୂର୍ବତଟ ରେଳପଥର ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର