ଭୁବନେଶ୍ବର : ୨୦୧୮ ଓ ୨୦୧୯ ବ୍ୟାଚ୍‌ରେ ପିଜିରେ ଉତୀର୍ଣ୍ଣ ହୋଇଥିବା ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି। ଏଥିରେ ୨୦୧୮ ବ୍ୟାଚ୍‌ର ୫୬ଜଣ ଓ ୨୦୧୯ ବ୍ୟାଚ୍‌ର ୬୨ଜଣ ପିଜି ଡାକ୍ତର ରହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ସଂଶୋଧିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏସବୁ ଡାକ୍ତର ଜେନେରୋଲ ମେଡିସିନ୍, ଓ ଏଣ୍ଡ ଜି, ସର୍ଜରି, ରେଡିଓଲୋଜି, ଚକ୍ଷୁରୋଗ, ଚର୍ମରୋଗ, ପାଥୋଲୋଜି, ଶିଶୁରୋଗ, ନିଶ୍ଚେତକ ବିଶେଷଜ୍ଞ, ଅସ୍ଥିଶଲ୍ୟ, ମାଇକ୍ରୋବାଇଓଲୋଜି, ଫାର୍ମାକୋଲୋଜି, ନେଫ୍ରୋଲୋଜି, ଛାତିରୋଗ ଭଳି ବିଶେଷଜ୍ଞ ପଦବିରେ ନିଯୁକ୍ତ ହୋଇଛନ୍ତି।