ରାଜେନ୍ଦ୍ର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହେବେ କୁଳପତି

ଭୁବନେଶ୍ବର : ନୂଆ କରି ସୃଷ୍ଟି ହୋଇଥିବା ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ସମେତ ଅନ୍ୟାନ୍ୟ ପଦ ସୃଷ୍ଟି ଲାଗି କୁଳା‌ଧିପତି ତଥା ରାଜ୍ୟପାଳ ମଞ୍ଜୁରି ପ୍ରଦାନ କରିଛନ୍ତି। ଏନେଇ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀଧର ମହାନ୍ତି ରାଜ୍ୟପାଳଙ୍କ ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିରେ କୁହାଯାଇଛି ଯେ ଉକ୍ତ ଦୁଇ ବିଶ୍ବବିଦ୍ୟାଳୟ କୁଳପତି ସମେତ କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକ ନିଯୁକ୍ତି ହେବେ। ପୂର୍ବରୁ ଥିବା ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟ ଓ ରାଜେନ୍ଦ୍ର କଲେଜର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ଉଚ୍ଛେଦ କରାଯିବ। ଅଧ୍ୟକ୍ଷଙ୍କ ସ୍ଥାନରେ କୁଳପତି ନିଯୁକ୍ତ ହେବେ। ସେହିପରି କୁଳସଚିବ ପଦରେ ଓଏଏସ୍‌ ରୢାଙ୍କର ଅଧିକାରୀଙ୍କୁ ଡେପୁଟେସନରେ ନିଯୁକ୍ତି ଦିଆଯିବ। ଏହାଠାରୁ କମ୍‌ ରୢାଙ୍କର ଅଧିକାରୀଙ୍କୁ କୁଳସଚିବ ଭାବେ ନିଯୁକ୍ତି ଦିଆଯିବ ନାହିଁ। ବିତ୍ତ ନିୟନ୍ତ୍ରକ ପଦରେ ଓଡ଼ିଶା ଅର୍ଥ ସେବା(ଓଏଫ୍‌ଏସ୍‌) ରୢାଙ୍କର ଅଧିକାରୀଙ୍କୁ ଡେପୁଟେସନରେ ନିଯୁକ୍ତି ମିଳିବ। ବିଶ୍ବବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର କିମ୍ବା ଓଡ଼ିଶା ଶିକ୍ଷା ସେବା(ଓଇଏସ)ର ଅଧିକାରୀଙ୍କୁ ଡେପୁଟେସନରେ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ଦିଆଯିବ।

ସମ୍ବନ୍ଧିତ ଖବର