କଟକ : ସିଧାସଳଖ ଓଡ଼ିଶା ପୁଲିସ ସେବା (ଓପିଏସ୍) ପଦବିରେ ନିଯୁକ୍ତ ଅଧିକାରୀଙ୍କୁ ଗ୍ରେଡେସନ୍ ତାଲିକାରେ ଉପଯୁକ୍ତ ସ୍ଥାନ ଦେବା ପ୍ରସଂଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ତ୍ରୁଟିପୂର୍ଣ୍ଣ ଗ୍ରେଡେସନ୍ ତାଲିକାକୁ ନେଇ ଆବେଦନକାରୀ ଡିଏସ୍ପିଙ୍କ ରହିଥିବା ଆପତ୍ତିକୁ ବିଚାରକୁ ନେଇ ନିୟମ ଅନୁସାରେ ଗ୍ରେଡେସନ୍ ତାଲିକା ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପଦୋନ୍ନତି କ୍ଷେତ୍ରରେ ରହିଥିବା ନିୟମ ପାଳନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ତପନ କୁମାର ମହାନନ୍ଦଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ସିଧାସଳଖ ନିଯୁକ୍ତ ଡିଏସ୍ପିଙ୍କୁ ଗ୍ରେଡେସନ୍ ତାଲିକାରେ ଉପଯୁକ୍ତ ସ୍ଥାନ ପ୍ରସଂଗ: ନିୟମ ଅନୁସାରେ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2021/12/high-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)