ବାରିପଦା : କେନ୍ଦୁଝରସ୍ଥିତ ଭାରତ ସରକାରଙ୍କ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ‘କୋଭିଡ ସମୟରେ ଉପଯୁକ୍ତ ବ୍ୟବହାର’ ଶୀର୍ଷକ ଏକ ୱେବିନାର୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳାୟର ଆଞ୍ଚଳିକ ଜନସଂପର୍କ କାର୍ଯ୍ୟାଳୟ ଓ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ତଥା ଭାରତୀୟ ସୂଚନା ସେବାର ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟ, ମୟୂରଭଞ୍ଜ ଜିଲ୍ଲାର ଚିକିତ୍ସାଧିକାରୀ ଡ. ନିହାର ଦାସ, ଉଦଳା ଉପଖଣ୍ଡ ହସ୍ପିଟାଲ ଅଧିକାରୀ ଡ. ଶିବାନନ୍ଦ ମହାନ୍ତି , ଜିଲ୍ଲା କୋଭିଡ ନୋଡାଲ ଅଧିକାରୀ ଡ. ଜ୍ଞାନେଦ୍ର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅନୁସୟା ସାହୁ ପ୍ରମୁଖ ଯୋଗଦେଇ ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷା କରିବା ସହ ହାତ ଓ ମୁହଁକୁ ବାରମ୍ବାର ଧୋଇବା ଉପରେ ଗୁରୁତ୍ବାରୋପ କରିଥିଲେ ।
ଉପରୋକ୍ତ ତିନୋଟି ବିଷୟପ୍ରତି ଧ୍ୟାନ ଦେଲେ କୋଭିଡ ମହାମାରୀରୁ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ଅଂଶଗ୍ରହଣକାରୀମାନେ ମତପୋଷଣ କରିଥିଲେ। କୋଭିଡ ସମୟରେ ଉପଯୁକ୍ତ ବ୍ୟବହାର ଶୀର୍ଷକ ଜାତୀୟ ଜନସଚେତନତା ଅଭିଯାନକୁ ଟ୍ଵିଟ୍ ସନ୍ଦେଶ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଶୁଭାରମ୍ଭ କରିଛନ୍ତି । ଏହାର ଅଂଶସ୍ବରୁପ କେନ୍ଦୁଝରସ୍ଥିତ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୁପ ସଚେତନତା ମୂଳକ ୱେବିନାର୍ ଆୟୋଜିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରିଥିବା ଚିକିତ୍ସକ ଓ ବିଶେଷଜ୍ଞମାନେ ଗୃହ ପୃଥକୀକରଣ ସମ୍ପର୍କରେ ତଥ୍ୟ ରଖିଥିଲେ। ଏହି କାର୍ଯ୍ୟାଳୟରେ ମୟୂରଭଞ୍ଜ ଜିଲ୍ଲାର ଶତାଧିକ ଅଧିକାରୀ ଅଂଶଗ୍ରହଣ କରିଥିଲେ । କେନ୍ଦୁଝର କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ଅଧିକାରୀ ଜୀବନ କୁମାର ସାମନ୍ତ ସିଂହାର ୱେବିନାରକୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/125.jpg)