୪ ବିଦ୍ୟୁତ ବିତରଣ କମ୍ପାନିଙ୍କ ୨୪୫୫ କୋଟି ପୁଞ୍ଜି ବ୍ୟୟକୁ ଅନୁମୋଦନ

ଭୁବନେଶ୍ବର : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ୨୦୨୨/୨୩ ସୁଦ୍ଧା ରାଜ୍ୟର ୪ଟି ବିତରଣ କମ୍ପାନିଙ୍କ ୨୪୫୫ କୋଟି ପୁଞ୍ଜି ବ୍ୟୟକୁ ଅନୁମୋଦନ ଦେଇଛନ୍ତି। ଏହା ମଧ୍ୟରୁ ବିତରଣ କମ୍ପାନିଗୁଡ଼ିକ ବର୍ତମାନସୁଦ୍ଧା ୭୮୬.୨୯ କୋଟି ଟଙ୍କା ଖର୍ଚ କରିଥିବା ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦେବ କହିଛନ୍ତି ଯେ ୨୦୨୦/୨୧ ଆର୍ଥିକ ବର୍ଷରେ ବିଦ୍ୟୁତ ବିତରଣ ବ୍ୟବସ୍ଥାର ଦ୍ବିତୀୟ ପର୍ଯ୍ୟାୟ ଘରୋଇକରଣ ଆରମ୍ଭ ହୋଇଛି। ୨୦୨୦/୨୧ ଓ ୨୦୨୧/୨୨ ଆର୍ଥିକ ବର୍ଷରେ ବିତରଣ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ରାଜ୍ୟ ବଜେଟରୁ ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ୯୧୧କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଏହାବାଦ୍ ବିତରଣ କମ୍ପାନିମାନେ ଭେଷ୍ଟିଂ ଅର୍ଡରରେ ଥିବା ନିର୍ଦେଶ ଅନୁଯାୟୀ ପ୍ରଥମ ୫ବର୍ଷ ଭିତରେ ବିତରଣ ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ ନିଜସ୍ବ ପୁଞ୍ଜି ବ୍ୟୟ ମାଧ୍ୟମରେ ଅତିକମ୍‌ରେ ୫୬୪୦ କୋଟି ଟଙ୍କା ବିନିଯୋଗ କରିବେ ବୋଲି ଶ୍ରୀ ଦେବ କହିଛନ୍ତି।

ସମ୍ବନ୍ଧିତ ଖବର