୪ କମ୍ପାନିର ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ, ସୃଷ୍ଟି ହେବ ୬୦୧୪ ନିଯୁକ୍ତି

ଭୁବନେଶ୍ୱର: ନବୀନ ପଟ୍ଟନାୟକ ସରକାର ୪ଟି କମ୍ପାନିର ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟ ସରକାର ସିଙ୍ଗଲ ଓ୍ଵିଣ୍ଡୋ ମିଟିଂରେ ଏହି ୪ଟି ପ୍ରସ୍ତାବକୁ ଅନୁମୋଦନ ଦେଇଥିବା ଜଣାପଡ଼ିଛି। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରଙ୍କ ପ୍ରସ୍ତାବ ଅନୁସାରେ କେରଳ, କୋଲକାତା, ଡାମନ ଓ ରାଜସ୍ଥାନର ୪ଟି କମ୍ପାନି ଜମି ଅଧିଗ୍ରହଣ କରିପାରିବେ। ଏହି କମ୍ପାନିଗୁଡ଼ିକ ପ୍ରତିଷ୍ଠା ହେବା ପରେ ରାଜ୍ୟରେ ୩୪୮.୯୫ କୋଟି ଟଙ୍କା ବିନିଯୋଗ ହେବ ଓ ୬୦୧୪ ନିଯୁକ୍ତି ସୃଷ୍ଟି ହେବ ବୋଲି ଇପିକଲ୍‌ ସିଜିଏମ୍‌ କଲ୍ୟାଣ ମହାନ୍ତି ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର