ଆଉ ୪ ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନକୁ ଅନୁମୋଦନ

ଭୁବନେଶ୍ବର : ରାଜ୍ୟରେ ଆଉ ୪ଟି ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନ ପ୍ରତିଷ୍ଠା କରାଯିବ। ଗତମାସରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିକଟରେ ବସିଥିବା ବୈଷୟିକ କମିଟି ଏସବୁ ସ୍ବାସ୍ଥ୍ୟାନୁଷ୍ଠାନଙ୍କୁ ଅନୁମୋଦନ ଦେଇଛି। ତେବେ ଏଥିପାଇଁ ଆବଶ୍ୟକ ଜାଗା ଯୋଗାଇଦେବା ଲାଗି ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଗକୁ କଳିଙ୍ଗ ଲିଭର ଫାଉଣ୍ଡେସନ୍ ଟ୍ରଷ୍ଟ, ଆଡଭାନ୍‌ସ ୟୁରୋକେୟାର ପ୍ରାଇଭେଟ୍‌ ଲିମିଟେଡ୍‌, କାଦମ୍ବିନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରିଜିଓନାଲ ଇନଷ୍ଟିଚ୍ୟୁଟ୍‌ ଅଫ ସ୍ପାଇନ ଏଣ୍ଡ ସ୍ପୋର୍ଟସ ରିହାବିଲେଟିସନ୍ ଏବଂ ଶିକ୍ଷା ଓ ଅନୁସନ୍ଧାନ ସ୍ବାସ୍ଥ୍ୟାନୁଷ୍ଠାନ ପ୍ରତିଷ୍ଠା କରିବା ଲାଗି ଆଗେଇ ଆସିଛନ୍ତି। କେବେ ସୁଦ୍ଧା ଏସବୁ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ତାହା ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର