ହାଉସ୍‌ ଅଫ ଲର୍ଡସରେ ଅରବିନ୍ଦ ପାଢ଼ୀ

ସମ୍ବଲପୁର : ଭାରତୀୟ ପ୍ରଶାସନିକ ଅଧିକାରୀ ଡ. ଅରବିନ୍ଦ କୁମାର ପାଢ଼ୀ ରବିବାର ଦିନ ଗ୍ରେଟ ବ୍ରିଟେନ୍‌ର ଲଣ୍ତନ ଠାରେ ଅନୁଷ୍ଠିତ ଗୋଲ ଟେବୁଲ ବୈଠକରେ ଯୋଗ ଦେଇଥିଲେ। ହାଉସ ଅଫ ଲର୍ଡସରେ ଲଡ଼ର୍ ଶେଖ୍‌ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରଶାସକ, ଏବ˚ ଓଡ଼ିଶା ସ˚ସ୍କୃତି ଓ ପର୍ଯ୍ୟଟନ ସଚିବ ଦାୟିତ୍ବରେ ଥିବା ଡ. ପାଢ଼ୀ ଧର୍ମୀୟ ସମାଗମ ପରିଚାଳନା ବାବଦରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ନବକଳେବର ଏବ˚ ରଥଯାତ୍ରା ବେଳର ଯୋଜନା ଓ କାର୍ଯ୍ୟକାରିତା ବାବଦରେ ତାଙ୍କର ଉପସ୍ଥାପିତ ତଥ୍ୟକୁ ଅନ୍ୟ ଅ˚ଶଗ୍ରହଣକାରୀ ଦେଶର ପ୍ରତିନିଧିମାନେ ଉତ୍ସୁକତାର ସହ ଶୁଣିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରତିନିଧିମାନେ ଜନସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମାନବ ସମ୍ବଳ ପରିଚାଳନା ଉପରେ ଭାବବିନିମୟ କରିଥିଲେ ଯାହାକି ଶିକ୍ଷଣୀୟ ଥିଲା ବୋଲି ଡ. ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର