ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଛି। ବୀର ବିକ୍ରମ ଯାଦବ୨୧ ଦିନିଆ ଛୁଟିରେ ଥିବା ହେତୁ ତାଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଅରବିନ୍ଦ ପାଢ଼ୀ ୨୦୧୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ। ଆଇ ଏଏସ ଅଧିକାରୀ ବୀର ବିକ୍ରମ ଯାଦବଙ୍କ ଅନୁପସ୍ଥିତିରେ ଅରବିନ୍ଦ ପାଢ଼ୀ ଦାୟିତ୍ୱ ତୁଲାଇବେ। ଆଗକୁ ରଥଯାତ୍ରାର ଦାୟିତ୍ୱ କିଭଳି ଶାନ୍ତିଶୃଙ୍ଖଳାରେ ହେବ, ସେ ତାହା ଉପରେ ଧ୍ୟାନ ଦେବେ। ଏଥିସହିତ ସେ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ବି କାର୍ଯ୍ୟ କରିବେ।
ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
/sambad/media/post_attachments/wp-content/uploads/2023/03/arabinda.jpg)
/sambad/media/agency_attachments/2024-07-24t043029592z-sambad-original.webp)
