ମାସ୍କ ଚେକିଂ ନାଁରେ ଆରଡ଼ି ଫାଣ୍ଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ମାଡ଼ ମାରି ଫାଣ୍ଡିରେ ଅଟକ ରଖିଲେ, ଭିଡିଓ ଭାଇରାଲ୍

ଚାନ୍ଦବାଲି: ମାସ୍କ ଚେକିଂ ନାଁରେ ଆରଡ଼ି ଫାଣ୍ଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ। ଗତ ଶନିବାରର ଘଟଣା। ବେତାଳିଗାଁର ଶୁଭରଞ୍ଜନ ମେକାପ ନାମକ ଯୁବକ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ପୋଲିସ ତାଙ୍କୁ ମାଡ଼ ମାରି ଫାଣ୍ଡିରେ ଅଟକ ରଖିଥିଲେ। ଫାଣ୍ଡି ମଧ୍ୟରେ ଯୁକ୍ତିତର୍କ ଭିତରେ ମୋବାଇଲ ବାହାର କରି ଭିଡିଓ କରିବାରୁ ହଠାତ୍ ୫ ରୁ ୬ଜଣ ପୁଲିସ ଅଧିକାରୀ ତାଙ୍କ ଉପରକୁ ଆକ୍ରମଣ କରି ମୋବାଇଲ୍ ଛଡ଼ାଇବା ସହ ତଳେ ପକାଇ ମାଡ଼ ମାରିଥିଲେ। ଖାଲି ଏତିକି ନୁହେଁ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ତାଙ୍କୁ ଗିରଫ କରିଛି ପୁଲିସ।

ତେବେ ମାସ୍କ ଚେକିଂ ନାଁରେ ପୁଲିସ ସଚେତନ କରିବା ବଦଳରେ କରୋନା ଠାରୁ ଆହୁରି ଭୟଙ୍କର ହେଉଥିବାରୁ, ଚାରିଆଡ଼େ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବଡ଼ କଥା ହେଲା ନିଜେ ପୁଲିସ ବାବୁ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିବା ଏବଂ ଜଣେ ଅଧିକାରୀ କେବଳ ଗାମୁଛା ଏବଂ ଗଞ୍ଜି ପିନ୍ଧି ଆକ୍ରମଣ କରିଛନ୍ତି।

ସମ୍ବନ୍ଧିତ ଖବର