ଅର୍ଚ୍ଚନାଙ୍କ ୟୁ ଟର୍ଣ୍ଣରେ ବିସ୍ମିତ ଇଡି: ତଦନ୍ତରେ ସହଯୋଗ କରୁନାହାନ୍ତି

ଭୁବନେଶ୍ୱର: ଯେଉଁ ଅର୍ଚ୍ଚନା ନାଗ କିଛି ଦିନ ତଳେ ମିଡିଆ ଆଗରେ ବିସ୍ଫୋରକ ବୟାନ ଦେଇ କହିଥିଲେ ଯେ ସେ ମୁହଁ ଖୋଲିଲେ ରାଜ୍ୟରେ ପରିବର୍ତ୍ତନ ଆସିବ, ସେହି ଅର୍ଚ୍ଚନା ଏବେ ନିରବ। ମୁହଁ ଖୋଲନାହାନ୍ତି ଅର୍ଚ୍ଚନା। ଇଡିକୁ ଭକୁଆ ବନାଉଛନ୍ତି ଅର୍ଚ୍ଚନା।
ଇଡିରେ ହାଜର ପୂର୍ବରୁ ସେ ଦେଇଥିଲେ ବିସ୍ଫୋରକ ବୟାନ। ସେ କହିଥିଲେ ୩୦ ମିନିଟ ଦରକାର,ସବୁ ତଥ୍ୟ ପ୍ରମାଣ ସହ ଦେବି। ଇଡିର ତଦନ୍ତକୁ ଅପେକ୍ଷା କରିଛି, ଇଡି ଆଗରେ ପୋଲ ଖୋଲିବେ କହି ଚହଳ ପକାଇଥିଲେ ଅର୍ଚ୍ଚନା। କିନ୍ତୁ ଇଡି ତଦନ୍ତର ଆଜି ହେଉଛି ପଞ୍ଚମ ଦିନ। ଜମା ଅର୍ଚ୍ଚନା ସହଯୋଗ କରୁନାହାନ୍ତି ବୋଲି ଇଡି କହିଛି। ଅର୍ଚ୍ଚନାଙ୍କ ହଠାତ ୟୁ ଟର୍ନ ରେ ଇଡି ବିସ୍ମିତ।

ଏତେ ଟଙ୍କା କେମିତି ଆଣିଲେ? କଳା ସାମ୍ରାଜ୍ୟ କେମିତି କଲେ ତାର ଉତ୍ତର ଦେଉ ନାହାନ୍ତି ଅର୍ଚ୍ଚନା। ଅକ୍ଷୟ ପରିଜା, ପ୍ରମୋଦ ସ୍ୱାଇଁ ପ୍ରମୁଖଙ୍କ ହନି ଟ୍ରାପ ନେଇ ମଧ୍ୟ ଇଡିର ପ୍ରଶ୍ନବାଣରେ ଚୁପ ରହିଛନ୍ତି ଅର୍ଚ୍ଚନା। ଇଡି ପ୍ରଶ୍ନର କିଛି ଉତ୍ତର ମିଳୁନି, ପୁଣି ଥରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ଇଡି। ୧୨ ତାରିଖରେ ଅର୍ଚ୍ଚନାଙ୍କ ରିମାଣ୍ଡ ସରୁଥିବା ବେଳେ, ୧୩ ତାରିଖରେ କୋର୍ଟରେ ହାଜର ହେବେ ଜଗବନ୍ଧୁ। ତେବେ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିବ ଇଡି। ଉଭୟଙ୍କୁ ଏକାଠି ପଚରାଉଚରା ପାଇଁ ମଧ୍ୟ ଇଡିର ଯୋଜନା ଚାଲିଛି।

ସମ୍ବନ୍ଧିତ ଖବର