ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଜମି ମାଲିକ ପ୍ରଭାତ ରଂଜନ ପତି

ପୁଣିଥରେ ଇଡ଼ିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଭୁବନେଶ୍ବର : ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହୋଇଛନ୍ତି ଜମି ମାଲିକ ପ୍ରଭାତ ରଂଜନ ପତି। ଅର୍ଚ୍ଚନାଙ୍କ ସତ୍ୟବିହାରରେ ଥିବା ପ୍ଲଟକୁ ପ୍ରଭାତ ୨୦୧୭ ମସିହାରେ ବିକ୍ରି କରିଥିଲେ। କିନ୍ତୁ ଓଲଟା ପ୍ରଭାତଙ୍କ ବ୍ୟାଙ୍କ ଆକାଉଉଣ୍ଟରୁ ୧୫ ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାରବାର ହୋଇଥିଲା। ଏ ସମ୍ପର୍କରେ ପ୍ରଭାତଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ ଇଡିର ଅଧିକାରୀମାନେ। କିନ୍ତୁ ଏ ବାବଦରେ ସେ କୌଣସି ସ୍ପଷ୍ଟ ଉତ୍ତର ରଖି ପାରି ନ ଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ଶୁକ୍ରବାର ଦିନ ପୁଣି ଥରେ ଇଡି କାର୍ଯ୍ୟାଳରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ। ଗତ ମାସ ୨୯ ତାରିଖରେ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେରାର ସମ୍ମୁଖୀନ ହେଉଥିଲେ। ପରେ ସେ ଗଣମାଧ୍ୟମକୁ କହିଥିଲେ, ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ୍ କରୁଥିଲେ ବୋଲି। କିନ୍ତୁ ପ୍ରମୋଦଙ୍କ ଆକାଉଣ୍ଟରୁ ଅର୍ଚ୍ଚନା ନାଗଙ୍କ ଆକାଉଣ୍ଟକୁ ଟଙ୍କା କାରବାର ହୋଇଛି। ଏ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଆଜି ମଧ୍ୟ ପୁଣି ଥରେ ପ୍ରମୋଦଙ୍କୁ ଇଡି କାର୍ଯ୍ୟାଳୟକୁ ଡକାଇ ଜେରା କରିଛି। ସେହିପରି ଆଉ ଏକ ଘଟଣା ଏବେ ଇଡି ପାଇଁ ଚିନ୍ତା ବଢ଼ାଇଛି। ଦୁଇ ଥର ଇଡି ନିକଟରେ ହାଜର ହୋଇ ସମସ୍ତ ତଥ୍ୟ ରଖିଥିବା ଶ୍ରଦ୍ଧାଞ୍ଜଳିଙ୍କୁ ପୁଣି ଥରେ ହାଜର ହେବାକୁ ଇଡି ସମନ୍ କରିଥିଲେ ମଧ୍ୟ ସେ ହାଜର ହେଉ ନାହାନ୍ତି। ତାଙ୍କ ମୋବାଇଲ ଫୋନ୍ ମଧ୍ୟ ବନ୍ଦ ରହୁଛି। ସେ ଆସୁ ନ ଥିବା କାରଣରୁ ଇଡି ଏବେ ତାଙ୍କୁ ଖୋଜିବା ଆରମ୍ଭ କରିଛି। ତାଙ୍କୁ ଇଡି ଗିରଫ କରି ପାରେ ବୋଲି ସୂଚନା ମିଳୁଛି। ଅର୍ଚ୍ଚନା ସତ୍ୟବିହାର ଆସିବା ପରେ ଖଗେଶ୍ବରଙ୍କ ମାଧ୍ୟମରେ ପ୍ରଭାତଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ପରେ ଅର୍ଚ୍ଚନା ସତ୍ୟବିହାର ପ୍ଲଟକୁ କିଣିଥିଲେ। ତେବେ ସେହି ସମୟରେ ପ୍ରଭାତଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କାର କାରବାର ହୋଇଥିଲା। କେଉଁଥି ପାଇଁ ପ୍ରଭାତ ଏତେ ପରିମାଣର ଟଙ୍କା ଅର୍ଚ୍ଚନାଙ୍କୁ ଦେଇଥିଲେ ତାର ଉତ୍ତର ଖୋଜିବା ଆରମ୍ଭ କରିଛି ଇଡ଼ି। ତେବେ କେଉଁ କାରଣ ପାଇଁ ସେ ୧୫ ଲକ୍ଷ ଟଙ୍କା‌ ଅର୍ଚ୍ଚନାଙ୍କୁ ଦେଇଥିଲେ, ଏ ସମ୍ପର୍କରେ ପ୍ରଭାତଙ୍କ ମତାମତ ମିଳି ପାରି ନାହିଁ।

ସେହିପରି ଶୁକ୍ରବାର ଦିନ ପୁଣି ଥରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ। ଆସନ୍ତା ୫ ତାରିଖରେ ଇଡି ପକ୍ଷରୁ ଅଚ୍ଚର୍ନା ଓ ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରାଯିବ। ସେହି ଦିନ ଅର୍ଚ୍ଚନା କିମ୍ବା ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଇଡି ଆବେଦନ କରି ପାରେ। ଅର୍ଚ୍ଚନା ରିମାଣ୍ଡରେ ଆସିଲେ ସେକ୍ସୋଟସନର୍ନକୁ ଅନେକ ବଡ଼ ବଡ଼ିଆଙ୍କ ଗୁମର ଖୋଲିବ।

ସମ୍ବନ୍ଧିତ ଖବର