ଝାରପଡ଼ା ଜେଲରେ ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା ନାଗ

ଭୁବନେଶ୍ବର : ଝାରପଡ଼ା ଜେଲ୍‌ରେ ଲ’ ପରୀକ୍ଷା ଦେଇଛନ୍ତି ଅର୍ଚ୍ଚନା ନାଗ। ବୁଧବାର ଦିନ ପ୍ରଥମ ଦିନରେ ପ୍ରଥମ ପେପର କୋଡ୍ ଅଫ୍ ସିଭିଲ୍ ପ୍ ରୋସିଜ୍ୟୁର-୧ ପରୀକ୍ଷା ଦେଇଥିଲେ। ଅର୍ଚ୍ଚନ‌ା ଦିନ ୧ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲେ। ଏଥିପାଇଁ କ୍ୟାପିଟାଲ ଲ’ କଲେଜ ଓ ଝାରପଡ଼ା ଜେଲ କର୍ତ୍ତୃପକ୍ଷ ମିଳିତ ଭାବେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲ ମାନୁଆଲ ଅନୁସାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ପ୍ରଥମ ଦିନ ପରୀକ୍ଷାରେ କ୍ୟାପିଟାଲ ଲ’ କଲେଜରୁ ପ୍ରଶ୍ନ ପତ୍ର ଓ ଖାତା ସ୍ବତନ୍ତ୍ର ସୁରକ୍ଷାରେ ଜେଲ ପରିସରରେ ପହଞ୍ଚିଥିଲା। ପରେ କଲେଜ ପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ପରୀକ୍ଷକ ଓ ଜେଲରଙ୍କ ତତ୍ତ୍ବାବଧାନରେ ଅର୍ଚ୍ଚନା ପରୀକ୍ଷା ଦେଇଥିଲେ। ୧୭ ତାରିଖ ପର୍ଯ୍ୟନ୍ତ ୭ମ ‌ସେମିଷ୍ଟର ପରୀକ୍ଷା ଚାଲିବ ବୋଲି କ୍ୟାପିଟାଲ ଲ’ କଲେଜ ଅଧ୍ୟକ୍ଷା ନନ୍ଦିନୀ ମିଶ୍ର ସୂଚନା ଦେଇଛନ୍ତି। ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅର୍ଚ୍ଚନ‌ାଙ୍କ ଓକିଲ ୫ ବର୍ଷୀୟା ଇଣ୍ଟି‌ଗ୍ରେଟେଡ୍ ଲ’ ପରୀକ୍ଷାର ୭ମ ସେମିଷ୍ଟରର ଫର୍ମ ଫିଲଅପ୍‌ କରିଥିଲେ। ଆଜି ଏହାର ପରୀକ୍ଷା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର