ବାଲେଶ୍ବର: ରେମୁଣା ଦୁର୍ଗାଦେବୀଠାରେ ପ୍ରାଚୀନ ସହର ଓ ପ୍ରାକ୍ ଐତିହାସିକ ସଭ୍ୟତାର ସନ୍ଧାନ ପାଇଁ ଆଜି ପ୍ରତ୍ନତତ୍ତ୍ବ ବିଭାଗର ଏକ ପ୍ରତିନିଧି ଦଳ ପହଞ୍ଚି ଦ୍ବିତୀୟ ଥର ପାଇଁ ପୁନଃଖନନ କାର୍ଯ୍ୟ ଆରମ୍ଭ କରିଥିଲେ। ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସିଅ ଗବେଷଣା ସଂସ୍ଥା ଦ୍ବାରା ଏହି ଖନନ କାର୍ଯ୍ୟ ୨୦୨୧ ମସିହାରେ ପ୍ରଥମକରି ଆରମ୍ଭ ହୋଇଥିଲା। ହେଲେ କରୋନା ପାଇଁ ଖନନ କାର୍ଯ୍ୟ ବନ୍ଦ ରହିଥିଲା। ଆଜି ପୁଣି ଦ୍ବିତୀୟ ଥର ପାଇଁ ଏହି ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଖନନରେ ତାମ୍ର ଯୁଗର ବସତି ଥିବା ନେଇ ପ୍ରମାଣ ମିଳିଥିଲା।
ଏହାର ପରବର୍ତ୍ତୀ ସମୟରେ କଣ ବିଶେଷତ୍ବ ରହିଥିଲା ଓ ଏହା ଓଡ଼ିଶା ଇତିହାସକୁ କେତେ ସହାୟକ ହେବ ତାହା ଆଗାମୀ ଅନୁସନ୍ଧାନରେ ଜଣାପଡ଼ିବ। ସେହିପରି ଲୌହ ଯୁଗର ଲୁହାର ବ୍ୟବହାର କେବଠୁ ଆରମ୍ଭ ହୋଇଥିଲା ଏବଂ ଓଡ଼ିଶାରେ କୃଷିର ବ୍ୟାପକତା କେବଠୁ ହେଲା ଏହାର ପ୍ରମାଣ ପାଇବା ପାଇଁ ଅନୁସନ୍ଧାନ ଚାଲୁରହିଛି। ଆଜିର ଏହି କାର୍ଯ୍ୟକ୍ରମରେ ଭାରତ ପ୍ରତ୍ନତତ୍ତ୍ବ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଅଶୋକ କୁମାର ପଟେଲ, ପ୍ରତ୍ନତତ୍ତ୍ବବିତ୍ ଡ. ଜୀବନ କୁମାର ପଟ୍ଟନାୟକ, ଭାରତ ପ୍ରତ୍ନତତ୍ତ୍ବ ବିଭାଗର ଅଧ୍ୟକ୍ଷ ସୁଶାନ୍ତ କର, ମହାରାଷ୍ଟ୍ର ପୁଣେ ଡେକାନ୍ କଲେଜର ଶାନ୍ତନୁ ବୈଦ୍ୟଙ୍କ ସମେତ ସୌମ୍ୟା ମହାରଣା, ଗୋପାଳ ପ୍ରଧାନ, ବଳରାମ ତ୍ରିପାଠୀ, ଡ. ସୁନୀଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/26-11.jpg)