ଭୁବନେଶ୍ବର/କଟକ: ବଡ଼ ଖବରର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ପାଇଁ ଅଡୁଆ ବଢ଼ିଲା। ତାଙ୍କ ନାଁରେ ଭୁବନେଶ୍ୱର ବଡ଼ଗଡ଼ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ସେ ଘର ଭଡ଼ା ଦେଇନାହାନ୍ତି ବୋଲି ଅଭିଯୋଗ କରି ଘର ମାଲିକ ବିଶ୍ୱଜିତ ସାହୁ ଯାଇ ତାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ଅନେକ ଦିନର ଘର ଭଡ଼ାକୁ ମିଶାଇ ଅର୍ଦ୍ଧେନ୍ଦୁ ୫ ଲକ୍ଷ ୮୫ ହଜାର ଟଙ୍କା ଭଡ଼ା ବାବଦରେ ବାକି ରଖିଛନ୍ତି ବୋଲି ଘର ମାଲିକ ଅଭିଯୋଗ ଆଣିଛନ୍ତି। ଗତ ଜାନୁଆରି ମାସରୁ ଘର ଭଡା ନଦେଇ, ବଡ଼ ଖବର ଅଫିସ ଚଳାଇଥିଲେ ଅର୍ଦ୍ଧେନ୍ଦୁ। ଟଙ୍କା ମାଗିବାରୁ ଧମକ ଦେଉଥିବା ଅଭିଯୋଗରେ ଉଲ୍ଲେଖ ଅଛି। ମାମଲା ରୁଜୁ କରି ବଡଗଡ଼ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
ଅର୍ଦ୍ଧେନ୍ଦୁ ଦାସଙ୍କ ନାଁରେ ଇଓଡବ୍ଲୁ ୯୨ଲକ୍ଷ ୪୭ହଜାର ୭୦ଟଙ୍କାର ଠକେଇ ମାମଲା ରୁଜୁ ହେବା ଘଟଣାରେ ଗତକାଲି ଆଜି ଭୋର୍ ପ୍ରାୟ ୪ଟା ବେଳେ ତଦନ୍ତକାରୀ ଡିଏସ୍ପିଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ଶ୍ରୀ ଦାସଙ୍କ ଜାଗମରାସ୍ଥିତ ଘରେ ଚଢ଼ଉ କରିଥିଲେ। ମାତ୍ର ଚଢ଼ଉ ବେଳେ ଅର୍ଦ୍ଧେନ୍ଦୁ ଘରେ ଅନୁପସ୍ଥିତ ଥିବାରୁ ଇଓଡବ୍ଲୁ ଖାଲି ହାତରେ ଫେରିଥିଲେ।
ଏନେଇ ଇଓଡବ୍ଲୁ ଏସ୍ପି ଦିଲ୍ଲୀପ କୁମାର ତ୍ରିପାଠୀ କହିଥିଲେ କି, ଗତ ୨୩ ତାରିଖରେ ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଵଲା ଅଭିଯୋଗ କରିଥିଲେ। ବାର୍ଷିକ ୮କୋଟି ବ୍ୟବସାୟ ହେଉଥିବା କହି ଅର୍ଦ୍ଧେନ୍ଦୁ ତାଙ୍କଠାରୁ କୋଟିଏ ୪୭ହଜାର ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ଆଣିଥିଲେ। ଏ ବାବଦରେ ମାତ୍ର ୧୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଆହୁରି ୯୨ଲକ୍ଷ ଟଙ୍କା ସେ ଦେଇନାହାନ୍ତି। ତେଣୁ ଏହି ଆଧାରରେ ଠକେଇ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/unnamed.jpg)
