ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ସଂପାଦକ ଅର୍ଦ୍ଧେନ୍ଦୁ ଦାସ ଆଜି ସଂଧ୍ୟାରେ ଝାରପଡ଼ା ଜେଲ୍ରୁ ମୁକୁଳିଛନ୍ତି। ପ୍ରାୟ ଦୁଇ ମାସ ଧରି ଜେଲ୍ରେ ରହିବା ପରେ ଗତ ତିନି ଦିନ ତଳେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ତାଙ୍କୁ ନେବା ପାଇଁ ଝାରପଡ଼ା ଜେଲ୍ ସମ୍ମୁଖରେ ତାଙ୍କ ସହକର୍ମୀଙ୍କ ସହ ବହୁ ଲୋକଙ୍କ ଭିଡ଼ ଜମିଥିଲା। ଅନ୍ୟପଟେ ଜେଲରୁ ମୁକୁଳିବା ପରେ ଅର୍ଦ୍ଧେନ୍ଦୁ ପ୍ରତିକ୍ରିୟା ରଖି ସତ୍ୟ ଓ ଧର୍ମର ଜୟ ହୋଇଛି ବୋଲି କହିଥିଲେ। ତାଙ୍କ ସହ ଓ ବଡ଼ ଖବର ସହ ଠିଆ ହୋଇଥିବାରୁ ରାଜ୍ୟବାସୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
ପ୍ରକାଶ ଥାଉ କି,ଏକ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଅର୍ଦ୍ଧେନ୍ଦୁଙ୍କୁ ଗତ ଜୁନ୍ ମାସରେ ଗିରଫ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ସେ ଗତ ମାସରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।