ସଚିବଗଣଙ୍କ ବରଗଡ଼ ଗସ୍ତ ଗୁପ୍ତ ଏଜେଣ୍ଡା ରହିଛି କି? ସ୍ପଷ୍ଟ କରିବାକୁ ଦାବି କଲେ ପ୍ରଦୀପ ପୁରୋହିତ

ବରଗଡ଼ : ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ୍‌ କ୍ରିଷ୍ଣା ମିିଳିତ ଭାବେ ପ୍ରଥମେ ନୃସିଂହନାଥ ପୀଠ ଏବଂ ପରେ ବଲାଂଗୀର ଜିଲ୍ଲାର ହରିଶଂକର ଗସ୍ତ କରିଥିଲେ। କିନ୍ତୁ ଏହି ଗସ୍ତର ଯଦି କିଛି ଗୁପ୍ତ ଏଜେଣ୍ଡା ଥାଏ, ତେବେ ସରକାର ତାହାକୁ ପ୍ରକାଶ କରିବାକୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦାବି କରିଛନ୍ତି।

ପାଖାପାଖି ୭/୮ ବର୍ଷ ତଳେ ଗନ୍ଧମାର୍ଦ୍ଦନ ପର୍ବତରୁ ବକ୍ସାଇଟ୍‌ ଖନନ କରିବା ସହ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲଠାରେ ଗୋଟିଏ ବହୁରାଷ୍ଟ୍ରୀୟ କଂପାନିର ପ୍ଲାଣ୍ଟ ସ୍ଥାପନ ପାଇଁ ମସୁଧା ହୋଇଥିଲା। ସମ୍ଭବତଃ ଉକ୍ତ ପ୍ଲାଣ୍ଟ ସ୍ଥାପନ ସହ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ୍‌ ଯୋଗାଣ ପାଇଁ ସଚିବଗଣ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି। ସେହିପରି ପ୍ରସ୍ତାବିତ ପ୍ଲାଣ୍ଟ ସ୍ଥାପନ ହେଲେ ଲୋୟର ସୁକତେଲ ପ୍ରକଳ୍ପରୁ ଜଳଯୋଗାଣ ସ୍ଥିତି ସମୀକ୍ଷା କରିବାକୁ ସଚିବମାନେ ‘ଗ୍ରାଉଣ୍ଡ ଜିରୋ’କୁ ଯାଇଥିଲେ ବୋଲି ଶ୍ରୀ ପୁରୋହିତ ଆଶଙ୍କାବ୍ୟକ୍ତ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ୧୧ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୃସିଂହନାଥ ମନ୍ଦିର ଦର୍ଶନ କରିବାକୁ ଆସି ଏହାର ସମସ୍ତ ବିକାଶ କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏଯାଏଁ ‌େଘା‌ଷଣାର କିଛି ରୂପାୟନ ହୋଇନାହିଁ। ଦଶନ୍ଧି ପରେ ଉଭୟ ନୃସିଂହନାଥ ଏବଂ ହରିଶଂକର ପୀଠ କଥା ସରକାର ମନେ ପକାଇଥିବାରୁ ଶ୍ରୀ ପୁରୋହିତ ସ୍ବାଗତ ଜଣାଇଛନ୍ତି।

ସମ୍ବନ୍ଧିତ ଖବର