ପୁଣି ଥରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ଆସନ୍ତା ୨୯ ଓ ୧ତାରିଖରେ ଜୟପୁର ଓ କଳାହାଣ୍ଡିରେ କରିବେ ନିର୍ବାଚନୀ ସଭା!

ଭୁବନେଶ୍ୱର : ପୁଣି ଥରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ୨୯ ଓ ୧ତାରିଖରେ ଓଡ଼ିଶାର ଜୟପୁର ଓ କଳାହାଣ୍ଡିରେ ହେବାକୁ ଥିବା ନିର୍ବାଚନୀ ସଭାରେ ସେ ଯୋଗଦେବେ। ଗୋଟିଏ ପଟେ ଟିକେଟ ବଣ୍ଟାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଏବେ ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଉଠିଛି।

ସେହିପରି ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ୨୬ ତାରିଖରେ ୬ ଜଣ କେନ୍ଦ୍ର ମନ୍ତ୍ରୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ନେତା ରାଧାମୋହନ ସିଂହ,ଆରକେ ସିଂହ, ସଂଜୟ ପାଶୱାନ, ଜୟନ୍ତ ସିହ୍ନା ଓ ଶିବରାଜ ସିଂହ ଚୌହ୍ୱାନ ରାଜ୍ୟର ବିଭିନ୍ନ ସ୍ଥାନରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଏହାପରେ ୨୯ତାରିଖରେ ମୋଦି ପ୍ରଚାର କାର୍ଯ୍ୟକ୍ରମରେ ଜୟପୁର ପହଂଚିବେ ।

ସମ୍ବନ୍ଧିତ ଖବର