ମୋବାଇଲ ରିଚାର୍ଜକୁ ନେଇ ଯୁକ୍ତିତର୍କ: ଯୁବତୀଙ୍କୁ ପଥରରେ ଛେଚି ହତ୍ୟା

ଗାଈଚରାଳିଙ୍କୁ ଗିରଫ କଲା ଜିଆରପି ପୁଲିସ

କୋରାପୁଟ: ସାମାନ୍ୟ ମୋବାଇଲଟିଏ ପାଇଁ ଯାଇଛି ଜଣେ ଯୁବତୀଙ୍କ ଜୀବନ। ମୋବାଇଲ ପାଇଁ କୋରାପୁଟ ଜିଲ୍ଲା କୋରାଗୁଡା ଗାଁର ଜଣେ ଯୁବତୀଙ୍କୁ ନିର୍ମମଭାବେ ହତ୍ୟା କରିଛନ୍ତି ଜଣେ ଗାଈ ଚରାଳି। ଖାଲି ଯେ ହତ୍ୟା କରିଛି ତାହା ନୁହେଁ ହତ୍ୟାକୁ ଦୂର୍ଘଟଣା ରୁପ ଦେବାକୁ ଟ୍ରେନ୍‌ ଲାଇନରେ ପକାଯାଇଛି। ସୋମବାର କୋରାପୁଟ ଜିଆରପି ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ବେଲ ଆବେଦନ ଖାରଜ ହୋଇଛି। କୋରାପୁଟ ମଣ୍ଡଳ କାରାଗାରକୁ ଯାଇଛି ଗାଈ ଚରାଳି। ଗାଈ ଚରାଳି ଜଣକ ହେଲେ ବୋରିଗୁମ୍ମା ବ୍ଲକ ବି.ସିଂହପୁର ଡଙ୍ଗରପାଇ ଗାଁର ଲାଇଛନ ମୁଦୁଲି(୨୫)।

ଚଳିତମାସ ୨୪ ତାରିଖରେ ଦାମନଯୋଡି ଏବଂ ଡୁମୁରିପୁଟ  ଷ୍ଟେସନ ମଧ୍ୟରେ କୋରାଗୁଡା ନିକଟରେ ରେଳ ଧାରଣାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଜିଆରପି ପୁଲିସ ୫/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାସହ ଦାମନଯୋଡି ପୁଲିସ କୋରାପୁଟ ଜିଆରପି ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ୪ ଦିନ ପରେ ଜିଆରପି ପୁଲିସ ଲାଇଛନକୁ ଧରିଛି।  ଗିରଫ କରିବା ପରେ ଜିଆରପି ପୁଲିସ ଲାଇଛନଙ୍କୁ ପଚରାଉଚୁରା କରିଥିଲା।

ମିଳିଥିବା ସୂଚନା ମୁତାବକ ୨୪ ତାରିଖ ସକାଳୁ ମୃତ ଯୁବତୀ ଅଜିତା ଖିଲିବୁଡି ନିଜର ଆଣ୍ଡ୍ରୟଡ ମୋବାଇଲଟିକୁ ଚାର୍ଜ କରିବାକୁ ଲାଇଛନକୁ ଦେଇଥିଲା। ଲାଇଛନ ମୋବାଇଲଟିକୁ ଚାର୍ଜ ନକରି ନିଶାସକ୍ତ ଅବସ୍ଥାରେ ଥିଲା। ମୋବାଇଲ ଆଣିବା ପାଇଁ ଯାଇଥିବାବେଳେ  ଅଜିତାକୁ ମୋବାଇଲ ଦେବାକୁ ଅମଙ୍ଗ ହୋଇଥିଲା। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ କୁଆଡେ ଯୁକ୍ତି ତର୍କ ହୋଇଥିଲା ।  ଠେଲା ପେଲାରେ ଅଜିତା ତଳେ ପଡି ଆହତ ହୋଇଥିଲା। ନାକରେ ଲାଇଛନର ହାତ ବାଜିବାରୁ ନାକଫୁଲ ପଡିଯାଇଥିଲା।

ଏହାପରେ ଅଜିତା ଘରେ କହିଦେବ ବୋଲି କହିବାରୁ ପ୍ରଥମେ ତଣ୍ଟି ଚିପି ସ୍ବେଟରରେ ହାତ ବାନ୍ଧି ଦେଇଥିଲା ଲାଇଛନ। ଏହାପରେ ପଥରରେ ଛାତି, ମୁଣ୍ଡ, ବେକ ଓ ପିଠିକୁ ଆକ୍ରମଣ କରିଥିଲା। ଅଜିତା ଅଚେତ ହୋଇପଡିବା ପରେ ତାକୁ ଗାଁ ନିକଟ ଦେଇଯାଇଥିବା ଟ୍ରେନଲାଇନକୁ ବୋହି ବୋହି ନେଇଥିଲା। ନିକଟରେ ରହିଥିବା ପଥରରେ ଛେଚି ହତ୍ୟା କରିଥିଲା। କୋରାପୁଟରୁ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲା ।  ଜିଆରପି ପୁଲିସର ଆଇଓ ବିନୟ ଭୋଇ ଘଟଣାର ତଦନ୍ତଭାର ନେଇଥିଲେ।

ସମ୍ବନ୍ଧିତ ଖବର