ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଲେଫ୍ରିପଡ଼ା ତହସିଲର ପୂର୍ବତନ ବରିଷ୍ଠ କିରାଣି, ଅଧୁନା ବଡ଼ଗାଁ ତହସିଲରେ ବରିଷ୍ଠ ରାଜସ୍ବ ସହାୟକ ଭାବେ କାର୍ଯ୍ୟରତ ସୁରେନ୍ଦ୍ର କୁମାର ପଟେଲଙ୍କୁ ୪ ବର୍ଷ ଜେଲ୍ ଓ ୧ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଶ୍ରୀ ପଟେଲ ୨୦୧୪ ନଭେମ୍ବର ୨୮ରେ ଲେଫ୍ରିପଡ଼ା ତହସିଲର ରାଇଡିହି ଗାଁର ସିଦ୍ଧାର୍ଥ କୁମାର ପଟେଲଙ୍କୁ ଜମି ପଟ୍ଟା (ଆରଓଆର) ଦେବାକୁ ୫ ଶହ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ମାମଲାର ବିଚାର ଚାଲିଥିବାବେଳେ ମଙ୍ଗଳବାର କୋର୍ଟ ଶ୍ରୀ ପଟେଲଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡ ଶୁଣାଇଥିଲେ। ପୂର୍ବତନ ସମ୍ବଲପୁର ଭିଜିଲାନ୍ସ ନିରୀକ୍ଷକ ଅଭୟ କୁମାର ପ୍ରଧାନଙ୍କ ନେତୃତ୍ବରେ ଝାରସୁଗୁଡ଼ାର ପୂର୍ବତନ ଭିଜିଲାନ୍ସ ନିରୀକ୍ଷକ ସୁଧାଂଶୁ ଶେଖର ପୂଜାରୀ ମାମଲାର ତଦନ୍ତ କରି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ମାମଲାକୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶ୍ୟାମସୁନ୍ଦର ମିଶ୍ର ପରିଚାଳନା କରିଥିଲେ।
ଜମି ପଟ୍ଟା ପାଇଁ ୫୦୦ ଟଙ୍କା ଲାଞ୍ଚ ନେଲେ, ୪ ବର୍ଷ ଜେଲ୍ ଗଲେ ରାଜସ୍ବ ସହାୟକ
/sambad/media/post_attachments/wp-content/uploads/2023/03/30eb4f77-e847-4cf1-92ce-424422a293ca.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)