ଜୟପୁର: ଉତ୍ତରାଧିକାରୀ ପ୍ରମାଣପତ୍ରର ସର୍ଭେ ରିପୋର୍ଟ ସପକ୍ଷରେ ଦେବାକୁ ୫ହଜାର ଟଙ୍କା ଲାଂଚ ନେଇ ଗତକାଲି ଭିଜିଲାନସ୍ ହାତରେ ଧରା ପଡ଼ିଥିଲେ ନବରଙ୍ଗପୁର ଜିଲ୍ଲା ସାନମସିଗାଁ ଏଆରଆଇ ଜଗଦୀଶ ବେହେରା। ଆଜି ଅପରାହ୍ନରେ ତାଙ୍କୁ ଜୟପୁର ସ୍ବତନ୍ତ୍ର ଭିଜିଲାସ୍ ଜଜ୍ ରାଜେଶ ଏକ୍କାଙ୍କ କୋର୍ଟରେ ଉପସ୍ଥିତ କରିଥିଲା ଜୟପୁର ଭିଜିଲାନସ୍। ଜଗଦୀଶଙ୍କ ଆଇନଜୀବୀ ତାଙ୍କ ଜାମିନ ଆବେଦନ୍ ଦାଖଲ କରିଥିଲେ। କିନ୍ତୁ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ଜଗଦୀଶଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା କହିଛନ୍ତି ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦୋରା।
ପ୍ରକାଶ ଥାଉକି, ସାନମସିଗାଁର ବୈଜୟନ୍ତୀ ଭତରାଙ୍କ ମା’ଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ବୈଜୟନ୍ତୀ ଆବେଦନ କରିଥିଲେ। ନବରଙ୍ଗପୁର ତହସିଲଦାର ଏହାର ଯାଂଚ କରି ରିପୋର୍ଟ ଦେବାକୁ ସାନମସିଗାଁ ଭାରପ୍ରାପ୍ତ ଏଆରଆଇ ଜଗଦୀଶ ବେହେରାଙ୍କୁ ନିର୍ଦେଶ ଦେଇଥିଲେ। ଏହି ରିପୋର୍ଟ ଦେବା ପାଇଁ ଅଭିଯୁକ୍ତ ଏଆରଆଇ ଶ୍ରୀ ବେହେରା ବୈଜୟନ୍ତୀଙ୍କୁ ୫ହଜାର ଟଙ୍କା ଓ ୨କିଲୋର କୁକୁଡା ଲାଂଚ ଆକାରରେ ଦେବାକୁ କହିଥିଲେ। ବୈଜୟନ୍ତୀ ଏ ନେଇ ଭିଜିଲାନସର ଦ୍ବାରସ୍ଥ ହୋଇଥିଲେ।