ଭୁବନେଶ୍ବର : ସୁନ୍ଦରଗଡ଼ ସହର ରଙ୍ଗାପାଢ଼ି ଅଞ୍ଚଳର ୧୦ ବର୍ଷୀୟ ବାଳିକା ଆରିକା ଫତିମାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ସହାୟତା ମିଳିବ। ଆଜି ‘ସମ୍ବାଦ’ରେ ଆରିକାଙ୍କ ରୋଗ ସଂପର୍କିତ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ମାତ୍ର ୪ଘଣ୍ଟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିସନ ମୋଡ୍‌ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜିଠାରୁ ଚିକିତ୍ସା ନିମନ୍ତେ ଆରିକା ଏହି ଯୋଜନାରୁ ସହାୟତା ପାଇବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

publive-image

୫-ଟି ଆଧାରିତ ସମୟ ଉପଯୋଗୀ ସେବା ଯୋଗାଣ ନୀତି ଅନୁଯାୟୀ ଆରିକାଙ୍କ ପରିବାରଙ୍କୁ ଠାବ କରାଯାଇ ଆଜି ଅପରାହ୍ନ ସୁଦ୍ଧା ଏହି ବାଳିକାଙ୍କୁ ବିଏସ୍‌କେୱାଇରେ ସାମିଲ କରାଯାଇଛି। ତାଙ୍କର କାର୍ଡ ନମ୍ବର ହେଉଛି ୩୦୨୦୩୬୧୧୨୫୨, ୱାର୍ଡ ନମ୍ବର -୨୧, ସୁନ୍ଦରଗଡ଼। ଏବେ ଆରିକା କୌଣସି ଘରୋଇ ହସ୍ପିଟାଲ୍‌ରେ ମାଗଣା ଚିକିତ୍ସା ପାଇପାରିବେ। ବାଳିକାଙ୍କ ଦୁଃଖ କଥା ଦୃଷ୍ଟିକୁ ଆଣି ତାଙ୍କୁ ସହାୟତାରେ ସହଯୋଗ କରିଥିବାରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ‘ସମ୍ବାଦ’ର ସାମ୍ବାଦିକ ଓ ସମ୍ପାଦନା ମଣ୍ଡଳୀଙ୍କୁ ଧନ୍ୟବାଦ ଦିଆଯାଇଛି।