କେନ୍ଦୁଝର: ଓଡ଼ିଶାର ଜଣେ ଦୁଃସାହସୀ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ପଞ୍ଚଭୂତରେ ଲୀନ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ୨୦ ମିନିଟ୍ରେ ଅରିନ୍ଦମଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଥିଲା। ଏହାପରେ ଏକ ଶୋଭାଯାତ୍ରାରେ ଅରିନ୍ଦମଙ୍କ ପାର୍ଥିବ ଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ତାପରେ ସେଠାରେ ଶୋକାକୁଳ ପରିବେଶରେ ବୈତରଣୀ ନଦୀ କୂଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ସମୟରେ ଲୋକାରଣ୍ୟ ହୋଇଯାଇଥିଲା ଶ୍ମଶାନ।
ଶେଷକୃତ୍ୟ ସମୟରେ ଶ୍ମଶାନରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ସମେତ ଓଟିଭିର ବହୁ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2021/09/arindam-1.jpg)
ସୂଚନାଯୋଗ୍ୟ, ଗତକାଲି କଟକର ମୁଣ୍ଡୁଳିଠାରେ ଏକ ଦନ୍ତାହାତୀକୁ ବଞ୍ଚାଇବା ମିସନ୍ (ମିସନ ଗଜରାଜ)ରେ ଏକ ଅତ୍ୟନ୍ତ ହୃଦୟବିଦାରକ, ଦୁଃଖଦାୟକ ଘଟଣାକ୍ରମରେ ଓଟିଭିର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍ ଟିମ୍ର ଜଣେ ବରିଷ୍ଠ ଡାଇଭର ସୀତାରାମ ମୁର୍ମୁଙ୍କର ଜୀବନ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/ar.jpg)