ବାଲେଶ୍ୱର ସଦର ଆସନରୁ ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବେ ଅରିନ୍ଦମ! ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ

ବାଲେଶ୍ୱର: ବାଲେଶ୍ୱର ସଦର ଆସନରୁ ବିଜେଡି ପକ୍ଷରୁ ସିନେ ତାରକା ଅରିନ୍ଦମ ପ୍ରାର୍ଥୀ ହେବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ଉପନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାକୁନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଏନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଅରିନ୍ଦମ । ଅରିନ୍ଦମ କହିଛନ୍ତି ସେ ପ୍ରାର୍ଥୀ ହେବା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ ।
ଯଦି ଦଳ ମୋ ଉପରେ ବିଶ୍ୱାସ କରି ନିର୍ବାଚନ ଲଢିବାକୁ କହିବେ, ତାହାଲେ ମୁଁ ଲଢିବି । ହେଲେ ଏ ବିଷୟରେ ମୁ ଏଯାଏଁ କିଛି ଭାବିନାହିଁ । ସେହିପରି ଦଳର ସୁପ୍ରିମୋ ଯେଉଁ ଦାୟିତ୍ୱ ଦେବେ ତାକୁ ତୁଲାଇବେ ବୋଲି କହିଛନ୍ତି ଅରିନ୍ଦମ ।
ତେବେ ଅନେକ ଦିନ ହେବ ଅରିନ୍ଦମ ବାଲେଶ୍ୱର ସଦର ଉପନିର୍ବାଚନରେ ପ୍ରାର୍ଥି ହେବା ନେଇ ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ଏସବୁରେ ଚର୍ଚ୍ଚା ପରେ ମୁହଁ ଖୋଲିଛନ୍ତି ଅରିନ୍ଦମ ।
ଏଣେ ଅନ୍ୟ ଏକ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି ଯେ ଅରିନ୍ଦମଙ୍କୁ ବାଲେଶ୍ୱର ସଦର ଉପନିର୍ବାଚନରେ ପ୍ରାର୍ଥୀ କରିବାକୁ ନିଜେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଚାହୁଁଛନ୍ତି। ଏହା ଅବଶ୍ୟ ଭିନ୍ନ କଥା ଯେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ନିଜେ ବି ଉପନିର୍ବାଚନରେ ପ୍ରାର୍ଥୀ ହେବା ଲକ୍ଷ୍ୟରେ ଅଛନ୍ତି। ଏଣେ ତାଙ୍କ ପତ୍ନୀ ସୁବାସିନୀ ଜେନା ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବି ଦୌଡ଼ରେ ଅଛନ୍ତି।

ସମ୍ବନ୍ଧିତ ଖବର