ନବରଙ୍ଗପୁରରେ ୫ଟି ସଚିବ: ମୁଖ୍ୟ ଚିକିତ୍ସାଳୟ ବୁଲି କରୋନା ସ୍ଥିତି ସମୀକ୍ଷା କଲେ

ନବରଙ୍ଗପୁର: ୫ଟି ସଚିବଙ୍କ ସମେତ ୪ଜଣ ସଚିବ ଓ ଜଣେ ନିର୍ଦ୍ଦେଶିକା ଆଜି ନବରଙ୍ଗପୁରଠାରେ ପହଞ୍ଚିଛନ୍ତି l ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ୫ଟିର ସଚିବ ଭି କେ ପାଣ୍ଡିଆନ, ସଚିବ ଭିନୀଲ କ୍ରିଷ୍ଣା ଓ ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି ଗସ୍ତରେ ଆସିଛନ୍ତି l

ଜୟପୁର ଏୟାରଷ୍ଟ୍ରିପରୁ ବାହାରି ସଡ଼କ ମାର୍ଗରେ ଏମାନେ ସକାଳ ୧୦.୧୫ମିନିଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ପ୍ରାୟ ଘଂଟାଏ ବିଳମ୍ବରେ ନବରଙ୍ଗପୁର ପହଞ୍ଚିଥିଲେ | ପହଞ୍ଚିବା ପରେ ପ୍ରଥମେ ନବରଙ୍ଗପୁରର ଡ଼ାହିଁଭଟ୍ଟାରେ ଥିବା ବୃହତ ଉଠା ଜଳ ସେଚନ ପ୍ରକଳ୍ପକୁ ବୁଲି ଦେଖିଥିଲେ l ଏହାପରେ ଆରସିଡ଼ି ଉଚ୍ଚ ବିଦ୍ୟାଳୟରେ ୫ଟି କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଥିଲେ l ନବରଙ୍ଗପୁରରେ କୋଭିଡ ସ୍ଥିତିର ସମୀକ୍ଷା କରିବା ସହ ଜଳସମ୍ପଦ ସଚିବ ଅନୁ ଗର୍ଗ ଦେଉଳାରେ ନିର୍ମିତ ହେଉଥିବା ଟୁରି ଗୁଣ୍ଠାଟ ପ୍ରକଳ୍ପକୁ ବୁଲି ଯାଇ ତାହାର ସମୀକ୍ଷା କରିଥିଲେ l ଏବେ ସେମାନେ ସଡ଼କ ମାର୍ଗ ଦେଇ ପୁଣି କୋରାପୁଟ ଜିଲ୍ଲା ଗସ୍ତରେ ଯିବା କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି l

ସମ୍ବନ୍ଧିତ ଖବର