ନରାଜ୍‌ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ମନ୍ତ୍ରୀ : ଓଡ଼ିଶାକୁ ନଜଣାଇ ପାଣି ଛାଡ଼ିବା ପ୍ରସଙ୍ଗରେ ଛତିଶଗଡ଼ ସହ ଆଲୋଚନା କରିବେ

କଟକ : ଓଡିଶାକୁ ନଜଣାଇ ଛତିଶଗଡ଼ ମହାନଦୀରେ ପାଣି ଛାଡିଛି। ଏ ସଂପର୍କରେ ଅଭିଯୋଗ ପାଇଛି ଓ ଛତିଶଗଡ ସରକାରଙ୍କ ସହ ଆଲୋଚନା କରିବେ ବୋଲ କହିଛନ୍ତି କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଅର୍ଜୁନ ରାମ ମେଘୁଓ୍ଵାଲ। ଶ୍ରୀ ମେଘୁଓ୍ଵାଲ କହିଛନ୍ତି ଯେ ଭବିଷ୍ୟତରେ ଯେପରି ଏଭଳି ସ୍ଥିତି ନଉପୁଯିବ ସେନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ। ଆଜି ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଅଚାନକ କଟକରେ ପହଞ୍ଚିି ନରାଜ ବ୍ୟାରେଜଠାରେ ଉଭୟ କାଠଯୋଡି ଓ ମହାନଦୀରେ ପ୍ରବାହିତ ହେଉଥିବା ବନ୍ୟାଜଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ସଂପର୍କରେ ସେ ପୂର୍ବରୁ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବା ପରେ ଉଭୟ ମହାନଦୀରୁ ଯୋବ୍ରା ବ୍ୟାରେଜ ଓ ନରାଜ ବ୍ୟାରେଜର ସ୍ଥିତି ଉପରେ ସମୀକ୍ଷା କରିବା ସହ ରିଙ୍ଗରୋଡର ବିଭିନ୍ନ ଅଂଚଳ ମଧ୍ୟ ପରିଦର୍ଶନ କରିଛନ୍ତି। ବର୍ଷା ଦିନରେ ନଦୀର ଜଳସ୍ତର ବୃଦ୍ଧି, ନଦୀଗୁଡିକୁ ସଂଯୋଗ କରୁଥିବା କେନାଲ ଓ ପାଣି ପଂଚାୟତର କାର୍ଯ୍ୟସୂଚୀ ଉପରେ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସହିତ ଆଲୋଚନା କରିଥିଲେ। ତେବେ ନଦୀ ଓ ବନ୍ଧ ଗୁଡ଼ିକର ସୁରକ୍ଷା ପାଇଁ ସେ ଆବଶ୍ୟକ ପଦକ୍ଷେପ ନେବାକୁ ଉପସ୍ଥିତ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅଧୀକ୍ଷଣ ଯନ୍ତ୍ରୀ ବାଲେଶ୍ୱରନାଥ ସାହୁ, ବ୍ୟାରେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭାସ୍କର ଚନ୍ଦ୍ର ଦାସ, ସହକାରୀ ଯନ୍ତ୍ରୀ ବାଙ୍କବିହାରୀ ସାମଲ, ହେମନ୍ତ ଦଳାଇ, ଜର୍ଜ ପଟ୍ଟନାୟକ, ରମଜାନ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ଉଭୟ ନଦୀ ଓ ବ୍ୟାରେଜର କାର୍ଯ୍ୟଶୈଳୀ ଉପରେ ମେଘୱାଲଙ୍କୁ ବନ୍ୟାପରିଚାଳନା ଓ ଜଳନିସ୍କାସନ ସଂପର୍କୀତ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର