ଭୁବନେଶ୍ବର : ଜନତା ମଇଦାନରେ ଚାଲିଥିବା ମହିଳା ବାଣିଜ୍ୟ ମେଳାରେ ଯୋଗଦେବାକୁ ଆସିଥିବା ବଲିଉଡ ଅଭିନେତା ଅର୍ଜୁନ ରାମପାଲ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଏହାକୁ ଏକ ଆନନ୍ଦଦାୟକ ସାକ୍ଷାତକାର ବୋଲି ଟୁଇଟ୍ କରିଛନ୍ତି। ଅର୍ଜୁନ ରାମପାଲ୍ ଟୁଇଟ୍ କରି ଲେଖିଛନ୍ତି ଯେ, ଭୁବନେଶ୍ବରରେ ନବୀନ ପଟ୍ଟନାୟକଙ୍କୁ ଭେଟିବା ମୋ ପାଇଁ ସମ୍ମାନର ବିଷୟ। ସାର୍ ଆପଣ ଯେପରି ଓଡ଼ିଶାକୁ ନିର୍ଭରଶୀଳରୁ ଆତ୍ମନିର୍ଭରଶୀଳ, ପ୍ରଦୂଷଣମୁକ୍ତ ରାଜ୍ୟରେ ପରିଣତ କରିଛନ୍ତି ତାହା ପ୍ରେରଣାଦାୟକ। ଆପଣଙ୍କୁ ଏବଂ ଓଡ଼ିଶାବାସୀଙ୍କୁ ଅଧିକ ଶକ୍ତି ମିଳୁ। ସାକ୍ଷାତକାର ପାଇଁ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କ ସଫଳତା ପାଇଁ ଗର୍ବିତ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅର୍ଜୁନ ରାମପାଲ
/sambad/media/post_attachments/wp-content/uploads/2022/05/arjun-rampal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)